Biparjoy Cyclone: ପବନରେ ଭାଙ୍ଗିଲା ପେଟ୍ରୋଲ ପମ୍ପ, ଉପୁଡିଲା ଗଛ
🎬 Watch Now: Feature Video
ଗାନ୍ଧୀନଗର: ଗୁଜୁରାଟରେ ତାଣ୍ଡବ ରଚିଲା ବାତ୍ୟା ବିପର୍ଯ୍ୟୟ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଗତକାଲି(ଗୁରୁବାର) ସନ୍ଧ୍ୟାରେ ଗୁଜୁରାଟର ଜଖଉ ବନ୍ଦରରେ ସ୍ଥଳଭାଗ ଛୁଇଁଥିଲା ବିପର୍ଯ୍ୟୟ । ଏହି ସମୟରେ ପବନର ବେଗ 100 କିମି ରହିଥିଲା । ଏହାର ପ୍ରଭାବରେ ସୌରାଷ୍ଟ୍ର ଓ କଚ୍ଛରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିଲା । ନାଲିଆ ଅଞ୍ଚଳରେ ବିପର୍ଯ୍ୟୟର ପ୍ରଭାବ ପରିଲକ୍ଷିତ ହୋଇଥିଲା । ଖୁବ ଜୋରରେ ପବନ ବହିବା ଯୋଗୁଁ ଏଠାରେ ପେଟ୍ରୋଲ ପମ୍ପ ସମେତ ଅନ୍ୟାନ ସ୍ଥାନ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ପଡ଼ିଛି । ବାତ୍ୟାର ପ୍ରଭାବରେ ପେଟ୍ରୋଲ ପମ୍ପ ଭାଙ୍ଗିବା ସହ ବହୁ ସ୍ଥାନରେ ଗଛ ଉପୁଡି ରାସ୍ତା ବନ୍ଦ ହୋଇଥିବା ଦେଖିବାକୁ ମିଳିଛି । ବିପର୍ଯ୍ୟୟର ପ୍ରଭାବ ଗୁଜୁରାଟର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଥିଲା । ମାଣ୍ଡଭି, ରାଜକୋଟ, କଚ୍ଛ, ଦ୍ବାରକା, ଜାମନଗର ଓ ପୋରବନ୍ଦରରେ ପ୍ରବଳ ବର୍ଷା ସହ ପବନ ବହିଥିଲା । ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡିବା ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ବ୍ୟାହାତ ହୋଇଛି । ବାତ୍ୟାରେ ବର୍ତ୍ତମାନ ସୁଦ୍ଧା କେତେ କ୍ଷୟକ୍ଷତି ହୋଇଛି ସେନେଇ ସୂଚନା ହସ୍ତଗତ ହୋଇ ନାହିଁ ।