thumbnail

ଗାଁକୁ ବୁଲି ଆସିଛି ରାଜା ମୁଁ ! ପାଚେରୀ କାନ୍ଥରେ 8ଘଣ୍ଟା ଶୋଇଲା ବାଘ, ଚାରିପଟେ ଘେରିକି ଦେଖିଲେ ଲୋକେ

By ETV Bharat Odisha Team

Published : Dec 26, 2023, 4:12 PM IST

Pilibhit Tiger sitting on wall ଲକ୍ଷ୍ନୌ: ଉତ୍ତରପ୍ରଦେଶର କଲୀନଗର ଅଞ୍ଚଳରେ ବାଘ ଭୟ । ଗାଁକୁ ବୁଲି ଆସିଲା ବାଘ ମାମୁଁ। ଘର କାନ୍ଥ ଉପରେ ରାଜା ଭଳି ବସି ରହିଲା ବାଘ। ନାଁ ଗ୍ରାମବାସୀଙ୍କ ଏକତାକୁ ଡରିଲା, ନାଁ ନିଆଁର ପ୍ରଭାବ ପଡିଲା। ଜଣେ ଚାଷୀର ଘର କାନ୍ଥରେ ରାଜା ଭଳି ବିଶ୍ରାମ ନେଲା ବାଘ। ବାଘକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇଥିଲେ ହେଁ ବାଘ ଆରମରେ କିଛି ସମୟ ବସିବା ପରେ ରାଜା ଭଳି ନିର୍ଭୟରେ ବିଶ୍ରାମ ନେଲା। ବାଘକୁ ଦେଖି ଗ୍ରାମବାସୀ ରାତିରେ ଉଜାଗର ରହିଲେ ହେଲେ ଗୋଡକୁ ଜାକି ଆଖିବନ୍ଦ କରି ଗଭୀର ନିଦ୍ରାରେ ଶୋଇଲେ ବାଘ ମାମୁଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗତକାଲି (ସୋମବାର) କଲୀନଗର ଅଞ୍ଚଳର ଅଟୋକନା ଗ୍ରାମରେ।  

ଏହା ମଧ୍ୟ ପଢନ୍ତୁ: ରାସ୍ତାରେ ଯାଉଥିଲେ ଯୁବକ ହଠାତ୍‌ ଆସିଗଲା ମହାବଳ, ଆଉ ତା ପରେ...

ସୂଚନା ଅନୁସାରେ, ସୋମବାର ବିଳମ୍ବିତ କରାତିରେ ଅଟୋକନା ଗ୍ରାମର ଚାଷୀ ସିନ୍ଧୁ ସିଂଙ୍କ ଘର କାନ୍ଥ ଉପରକୁ ଚଢି ଯାଇଥିଲା ବାଘ। ତେବେ ବାଘକୁ ଦେଖି କୁକୁରମାନେ ଭୋକିବାରୁ ଚାଷୀଜଣକ ବାହାରକୁ ଆସି ବାଘକୁ ଦେଖିଥିଲେ। ସୂଚନା ପାଇବା ପରେ ଗ୍ରାମବାସୀ ଆସି ନିଆଁ ଜାଳିବା ସହିତ ଚର୍ଚ୍ଚ ଜଳାଇଥିଲେ, କିନ୍ତୁ ବାଘ ଭୟଭୀତ ହୋଇନଥିଲା। କାନ୍ଥରେ କିଛି ସମୟ ବସି ରହିବା ସହିତ ବିଶ୍ରାମ ମଧ୍ୟ ନେଇଥିଲା। ରାତିରେ ଆରମ୍ଭ ହୋଇଥିଲା ଏହି ଘଟଣା ସକାଳ ପର୍ଯ୍ୟନ୍ତ ଜାରି ରହିଥିଲା। ଭିଡ ବଢିବା ସତ୍ତ୍ବେ ଖାତିର ନକରି ସକାଳ ପର୍ଯ୍ୟନ୍ତ ବସି ରହିଲା ବାଘ । ତେବେ ବର୍ତ୍ତମାନ ବନବିଭାଗ ଟିମ୍ ବାଘକୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ରହିଛି। ତେବେ ସକାଳ 10 ଟା ସୁଦ୍ଧା ବାଘକୁ ଉଦ୍ଧାର କରାଯାଇ ପାରିନଥିଲା ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.