ETV Bharat / state

ଲଘୁଚାପ ବର୍ଷାରେ ଭିଜିଲା ଓଡ଼ିଶା, ପାଚିଲା ଧାନକୁ ନେଇ ଚିନ୍ତାରେ ଚାଷୀ - WEATHER UPDATE

ଅବପାତ ରୂପ ନେଲା ଲଘୁଚାପ । ଗୋପାଳପୁରଠାରୁ ୬୧୦ କିଲୋମିଟର ଦୂରରେ, ଓଡ଼ିଶାରେ ବର୍ଷା ଜାରି ।

weather update
weather update (ETV BHARAT ODISHA)
author img

By ETV Bharat Odisha Team

Published : Dec 21, 2024, 8:09 AM IST

Updated : Dec 21, 2024, 10:01 AM IST

ଭୁବନେଶ୍ବର: ଅବପାତରେ ପରିଣତ ହେଲା ସୁଦୃଶ ଲଘୁଚାପ । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆନ୍ଧ୍ରପ୍ରଦେଶ ସମୁଦ୍ର ମଧ୍ୟରେ ଏହା କେନ୍ଦ୍ରୀଭୂତ ଅଛି । ଗତ 6 ଘଣ୍ଟା ମଧ୍ୟରେ ଏହା ଉତ୍ତର-ପୂର୍ବ ଦିଗକୁ 5 କିଲୋମିଟର ବେଗରେ ଗତି କରୁଛି । ଗୋପାଳପୁରର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଠାରୁ 610 କିଲୋମିଟର ଦୂରରେ ଏହା ଘନିଭୂତ ହୋଇଥିବା ବେଳେ ଚେନ୍ନାଇର ପୂର୍ବ-ଉତ୍ତର-ପୂର୍ବରେ ପ୍ରାୟ 390 କିଲୋମିଟର, ବିଶାଖାପାଟଣାରୁ 430 ଦୂରରେ ଘନିଭୂତ ହୋଇଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ଉତ୍ତର-ପୂର୍ବ ଦିଗକୁ ଗତି କରିବା ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ-IMD ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଲାଗି ରହିଛି ବର୍ଷା:

ଲଘୁଚାପ ପ୍ରଭାବରେ ରାଜ୍ୟରେ ଗତକାଲିଠାରୁ ଲାଗି ରହିଛି ବର୍ଷା । ବିଭିନ୍ନ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଆଜି ମଧ୍ୟ ଆକଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ଲାଗି ରହିଛି । ଏଭଳି ସ୍ଥିତି ଆଗାମୀ କିଛିଦିନ ପର୍ଯ୍ୟନ୍ତ ଲାଗି ରହିବ। ଆଜି ଉପକୂଳ ଅଞ୍ଚଳ ସହ ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ କିନ୍ତୁ ପାଗ କୋହଲା ରହିବ । ବର୍ଷା ଛାଡ଼ିଲା ପରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିପାରେ । ସମୁଦ୍ର ଭିତରେ ପବନ ରହିପାରେ ତେଣୁ ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କେତ ସତର୍କତା ଜାରି କରାଯାଇଛି । ବର୍ତ୍ତମାନ ସୁଦ୍ଧା ମତ୍ସ୍ୟଜୀବୀମାନଙ୍କ ପାଇଁ କୌଣସି ସତର୍କତା ଦିଆଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ-୨୪ ଘଣ୍ଟାରେ ପ୍ରବଳ ବର୍ଷିବ, ୪ ଜିଲ୍ଲାକୁ ୟେଲୋ ଆଲର୍ଟ - ODISHA WEATHER LATEST UPDATE

ଏହା ମଧ୍ୟ ପଢ଼ନ୍ତୁ...ଆସନ୍ତା ୩ ଦିନ ରାଜ୍ୟରେ ଲଗାଣ ବର୍ଷା, ଭିଜାଇବ ଦକ୍ଷିଣରୁ ଉପକୂଳ

ଏହା ମଧ୍ୟ ପଢ଼ନ୍ତୁ...୨୦ରେ ପ୍ରବଳ ବର୍ଷା, ୨୧ ଯାଏଁ ନାହିଁ ନିସ୍ତାର: ଖସିବ ପାରଦ

ବର୍ଷାକୁ ନେଇ ଚିନ୍ତାରେ ଚାଷୀ:

ସେପଟେ ଗତକାଲି ଦିନ ତମାମ ବର୍ଷା ଲାଗି ରହିବାରୁ ଚିନ୍ତାରେ ଚାଷୀ କୂଳ । ବିଭିନ୍ନ ସ୍ଥାନରେ ଗତକାଲି ବର୍ଷା ହୋଇଥିବାରୁ ଚାଷୀ ଧାନ ଚାଷକୁ ସୁରକ୍ଷା ଦେବା ଚିନ୍ତାରେ । ବିଲରେ ରହିଛି ପାଚିଲା ଧାନ, ଆଉ ଦିନ କେଇଟା ପରେ ଅମଳ ହୋଇଥାନ୍ତା, କିନ୍ତୁ ଏହି ଅଦିନିଆ ବର୍ଷା ଯୋଗୁ ପାଚିଲା ଧାନ ଗୁଡିକ ବର୍ଷା ଯୋଗୁ ସହିତ ଗଜା ହୋଇଯିବାର ସମ୍ଭାବନା ଥିବା ଚାଷୀମାନେ କହିଛନ୍ତି । କେହି କେହି ଚାଷୀ ପାଚିଲା ଧାନକୁ ଖଳାକୁ ଆଣି ବର୍ଷା ଧାଉରୁ ରକ୍ଷା ପାଇଁ ଖଳାରେ ଘୋଡାଇ ରଖିଛନ୍ତି ।

Last Updated : Dec 21, 2024, 10:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.