thumbnail

ବିଲରୁ ଉଦ୍ଧାର ହେଲା ତିନି କଲରାପତରିଆ ଶାବକ

By ETV Bharat Odisha Team

Published : Dec 8, 2023, 12:12 PM IST

ବେଙ୍ଗାଲୁରୁ: ବିଲରୁ ଉଦ୍ଧାର ହେଲା ତିନି କଲରାପତରିଆ ବାଘ ଛୁଆ । ବନ ବିଭାଗକୁ ହସ୍ତାନ୍ତର କଲେ ସ୍ଥାନୀୟ ଲୋକେ । କର୍ଣ୍ଣାଟକ ମହୀଶୂର ଜିଲ୍ଲାର ଏକ ବିଲରେ ତିନି ବାଘ ଛୁଆ ଖେଳୁଥିବା ଦେଖିବାକୁ ପାଇଥିଲେ କ୍ଷେତକୁ ଆସିଥିବା କିଛି ଲୋକେ । ଏହାପରେ ତିନୋଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ । ତିନି ଶାବକଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରଥମେ ଯାଞ୍ଚ କରାଯିବ । ଶାବକକୁ ଜନ୍ମ ଦେଇ ମାଇ ବାଘଟି କୁଆଡ଼େ ଚାଲିଯାଇଛି । ସେହିପରି ଗତକାଲି(ଗୁରୁବାର) ମହାରାଷ୍ଟ୍ରର ନାସିକରୁ ଗୋଟିଏ କଲରାପତିରିଆ ବାଘକୁ ଉଦ୍ଧାର କରିଛି ବନ ବିଭାଗ । ବାଘଟି 4ଟି ଛୁଆଁ ଜନ୍ମ ଦେଇଛି । ବାଘ ଓ ତାର ସମସ୍ତ ଶାବକ ସୁସ୍ଥ ରହିଛନ୍ତି । ଏକ ଡାକ୍ତରୀ ଦଳ ବାଘ ଉପରେ ନଜର ରଖିଛନ୍ତି । 

ଏହା ମଧ୍ୟ ପଢନ୍ତୁ - ଘର ଭିତରେ ପଶିଗଲେ 4 ବାଘ ଛୁଆ...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.