thumbnail

By

Published : May 18, 2023, 9:37 PM IST

ETV Bharat / Videos

ଝାରସୁଗୁଡାରୁ ମନୋହରପୁରକୁ ତୃତୀୟ ରେଳ ଲାଇନର ଶୁଭାରମ୍ଭ

ଝାରସୁଗୁଡା: ଝାରସୁଗୁଡ଼ା ରେଳ ଷ୍ଟେସନରୁ ମନୋହରପୁରକୁ ତୃତୀୟ ରେଳ ଲାଇନର ଶୁଭାରମ୍ଭ । ଏନେଇ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଭର୍ଚୁଆଲ ମାଧ୍ୟମରେ ଓଡ଼ିଶାରୁ ବନ୍ଦେ ଭାରତ ଟ୍ରେନ (ହାୱାଡାରୁ ପୁରୀ) ଏବଂ ଝାରସୁଗୁଡାରୁ ମନୋହରପୁରକୁ ତୃତୀୟ ରେଳ ଲାଇନର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟିକା ଦିପାଳୀ ଦାସ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନୀଲ ନରୱାଣେ, ଝାରସୁଗୁଡ଼ା ଏସ.ପି. ପରମାର ସ୍ମିତ ପୁରୁଷୋତ୍ତମ ଦାସ, ସାଂସଦ ପ୍ରତିନିଧି ଟଙ୍କଧର ତ୍ରିପାଠୀ, ଦିନେଶ ଜୈନଙ୍କ ସମେତ ବହୁ ବରିଷ୍ଠ ରେଳ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ରେଳ ଲାଇନ ଝାରସୁଗୁଡ଼ା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଅତିଥିମାନେ କହିଥିଲେ।

ସେପଟେ ଓଡ଼ିଶା ଦେଇ ଅଧିକ ଦୁଇଟି ବନ୍ଦେ ଭାରତ ଏକ୍ସେପ୍ରସ ଚଳାଚଳ ପାଇଁ ଦାବି ହୋଇଛି । ସେହିପରି ଗୋଟିଏ ଟ୍ରେନ୍‌ ପୁରୀରୁ ସମ୍ବଲପୁର ଦେଇ ରାଉରକେଲାକୁ ଏବଂ ଆଉ ଏକ ଟ୍ରେନ୍‌ ଭୁବନେଶ୍ବରରୁ ହାଇଦ୍ରାବାଦ ମଧ୍ୟରେ ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ  ଦାବି ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କ ମଧ୍ୟରେ ନୂଆ ରେଳ ଲାଇନ କାର୍ଯ୍ୟ ଦାବି କରିଥିଲେ । ଯାହା ଫଳରେ ବିଶ୍ବ ଦରବାରରେ ଓଡ଼ିଶା ସମେତ ସମଗ୍ର ଭାରତବର୍ଷ ପ୍ରଶଂସା ସାଉଁଟିବ।  

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.