ଜଳାର୍ଣ୍ଣବ କଟକ: ଭଟ୍ଟାରିକା ମନ୍ଦିର ଛୁଇଁଲା ବନ୍ୟା ଜଳ, ସିଏମସିକୁ କଂଗ୍ରେସର ଟାର୍ଗେଟ୍ - heavy rainfall in cuttack

🎬 Watch Now: Feature Video

thumbnail

By

Published : Aug 2, 2023, 9:46 PM IST

କଟକ: ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା' ଭଟ୍ଟାରିକାଙ୍କ ମନ୍ଦିର ଛୁଇଁଲା ମହାନଦୀର ବନ୍ୟାଜଳ। ମହାନଦୀର ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି।ଆହୁରି କିଛି ସମୟ ପରେ ବନ୍ୟା ଜଳ ମା'ଙ୍କ ମନ୍ଦିରରେ ପ୍ରବେଶ କରିବା ନେଇ ଅନୁମାନ କରାଯାଉଛି । ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମା'ଙ୍କ ମନ୍ଦିର ପାଖରେ ଥିବା ରତ୍ନଗିରି ପାହାଡ଼ରେ ଥିବା ଅନ୍ୟ ଏକ ଗମ୍ଭୀରାକୁ ମା'ଙ୍କୁ ସ୍ଥାନାନ୍ତର କରାଯିବ । ସେଥିପାଇଁ ସେବାୟତମାନେ ସଜାଗ ଥିବାବେଳେ ବଡ଼ମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି । ମନ୍ଦିରରେ ମା'ଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନହୁଏ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଏହା ବି ପଢନ୍ତୁ...Heavy Rainfall in Odisha: ପ୍ରବଳ ବର୍ଷାରେ ବେହାଲ ସାରା ରାଜ୍ୟ, ବିପଦ ସଙ୍କେତ ଉପରେ ଅଧିକାଂଶ ନଦୀ

ଲଘୁଚାପ ଜନିତ ବର୍ଷାରେ  କଟକରେ ଅନେକ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିଛି ।  ଏହାରି ଭିତରେ ଯାଇକା ଓ ଗେଲ୍ ଇଣ୍ଡିଆର ଯେଉଁ ନିର୍ମାଣଧୀନ କାର୍ଯ୍ୟ ଜାରି ରହିଥିଲା ସେଠି କୌଣସି ସୂଚନା ଫଳକ ନାହିଁ । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଥିବାରୁ କେଉଁଠି ଖାଲ ତାହା ମଧ୍ୟ ଜାଣିବା କଷ୍ଟକର ହୋଇପଡିଛି । ଏନେଇ ସିଏମସିର ବେପରୁଆ ମନୋଭାବ ବିରୋଧରେ ବର୍ଷିଛନ୍ତି କଂଗ୍ରେସ କର୍ପୋରେଟର ସନ୍ତୋଷ ଭୋଳ । ସେ ପ୍ରଶ୍ନ କରିଛନ୍ତି, "କଟକରେ ଆଉ କେତେ ପ୍ରାଣ ଗେଲେ ଚେତିବ ସିଏମ୍‌ସି ?" ସେହିପରି ବିଜେପି କର୍ପୋରେଟର ମଧ୍ୟ ସମାଧାନ ପାଇଁ ଦାବି କରିଛନ୍ତି । ଏହାସହ କଂଗ୍ରେସ ନେତ୍ରୀ ଗିରିବିଳା ବେହେରା ଦାବି କହିଛନ୍ତି, "ତୁରନ୍ତ ଜଳବନ୍ଦୀ ଥିବା ଲୋକଙ୍କୁ ରିଲିଫ ସହାୟତା ଦିଆଯାଉ ।" ଅନ୍ୟପଟେ ଆଗାମୀ ଦିନରେ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଥିବା CMC ପକ୍ଷରୁ କୁହାଯାଇଛି । 
 

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.