thumbnail

ରବିବାର ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ମ୍ୟାଚ, ରାହୁଲ ବାହିନୀଙ୍କ ଜୋରଦାର ଅଭ୍ୟାସ

By ETV Bharat Odisha Team

Published : Dec 16, 2023, 9:02 AM IST

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛନ୍ତି ଭାରତୀୟ କ୍ରିକେଟ ଟିମ । ଦକ୍ଷିଣ ଆଫ୍ରିକା ସହ ତିନି ମ୍ୟାଚ ବିଶିଷ୍ଟ ଟି ଟ୍ବେଣ୍ଟି ସିରିଜ ଖେଳିବା ପରେ ଆସନ୍ତାକାଲି(ରବିବାର)ଠୁ ଆରମ୍ଭ ହେବ ଏକଦିବସୀୟ ଶୃଙ୍ଖଳା । ଏଥି ପାଇଁ ଜୋରଦାର ପ୍ରସ୍ତୁତ ଚଳାଇଛି ମେନ ଇନ ବ୍ଲ୍ୟୁ । ଟି-20 ସିରିଜ ଡ୍ର ହୋଇଥିବା ବେଳେ ଦିନିକିଆରେ କିନ୍ତୁ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି । ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବାକୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଶୁକ୍ରବାର ଜୋହାନ୍ସବର୍ଗରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛି ଟିମ ଇଣ୍ଡିଆ । ଡିସେମ୍ବର 17, 19 ଓ 21ରେ ଏକଦିବସୀୟ ଶୃଙ୍ଖଳା ଖେଳାଯିବ । ଏକ ଦିବସୀୟ ଶୃଙ୍ଖଳାରେ ଭାରତୀୟ ଦଳର ଅଧିନାୟକ ରହିବେ କେଏଲ ରାହୁଲ ।  

ଏହା ମଧ୍ୟ ପଢନ୍ତୁ-ମୁମ୍ବାଇରେ ରୋହିତ ନେତୃତ୍ବ ଯୁଗର ଅନ୍ତ; ପାଣ୍ଡ୍ୟାଙ୍କୁ ନୂଆ ଅଧିନାୟକ ନିଯୁକ୍ତ କଲା MI

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.