ଭିକ ମାଗିବାକୁ ଆସି TDP ନେତାଙ୍କୁ କଟୁରୀରେ ଆକ୍ରମଣ, ଦେଖନ୍ତୁ ଛାତିଥରା ଦୃଶ୍ୟ - ଟିଡିପି ନେତାଙ୍କୁ କଟୁରୀରେ ଆକ୍ରମଣ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-16961026-thumbnail-3x2-and.jpg)
ଅମରାବତୀ: ଆନ୍ଧ୍ରପ୍ରଦେଶ ତେଲୁଗୁ ଦେଶମ ପାର୍ଟି(TDP)ର ବରିଷ୍ଠ ନେତା ପୋଲନାତି ଶେଷଗିରି ରାଓଙ୍କ ଉପରେ ମରଣାନ୍ତକ ଆକ୍ରମଣ । ଜଣେ ଦୁର୍ବୃତ୍ତ ସାଧୁବେଶରେ ଆସି ଭିକ ମାଗିବା ଆଳରେ ତାଙ୍କୁ କଟୁରୀରେ ଆକ୍ରମଣ କରିଛି । ଯାହାର ସିସିଟିଭ ଫୁଟେଜ ଏବେ ସାମ୍ନାକୁ ଆସିଛି । ସିସିଟିଭିରେ ଦେଖାଯାଇଛି ଯେ, ସାଧୁବେଶରେ ଆସି ଦୁର୍ବୃତ୍ତ ଟିଡିପି ନେତାଙ୍କୁ ଭିକ ମାଗିଥିଲା । ଶେଷଗିରି ରାଓ ତାଙ୍କୁ ଚାଉଳ ଦେଉଥିବା ବେଳେ ହଠାତ୍ ଦୁର୍ବୃତ୍ତ ଜଣକ ଏକ କଟୁରୀ ବାହାର କରି ତାଙ୍କ ଉପରେ ଆକ୍ରମଣ କରିଥିଲା ଓ ଫେରାର୍ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ରାଓଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଏନେଇ ଥାନାରେ ମାମଲା ରୁଜୁ ପରେ ପୋଲିସ ଅଭିଯୁକ୍ତକୁ ଧରିବାକୁ ଖୋଜାଖୋଜି ଚଳାଇଛି । ତେବେ ସ୍ଥାନୀୟ ବିଧାୟକ ଦଶଟ୍ଟୀ ରାଜାଙ୍କ ସମର୍ଥକମାନେ ଟିଡିପି ନେତାଙ୍କ ଉପରେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
Last Updated : Feb 3, 2023, 8:33 PM IST
TAGGED:
TDP leader Seshagiri Rao