ତୈଳ ଟ୍ୟାଙ୍କର ଛାଡ଼ ନହେଲେ ସବୁ ଠପ୍ ହେବ: ରାଜ୍ୟ ଟ୍ୟାଙ୍କର ସଂଘ - ରାସ୍ତା ଉପରେ ଅଟକିଛି ୪ହଜାରରୁ ଉର୍ଦ୍ଧ୍ବ ଟ୍ରକ

🎬 Watch Now: Feature Video

thumbnail

By

Published : Mar 16, 2023, 9:49 PM IST

କଟକ: ଦଶ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ବସ ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ଅଲ ଓଡିଶା ଟ୍ୟାଙ୍କ ଟ୍ରକ ମାଲିକ ସଂଘର ସାମ୍ବାଦିକ ସମ୍ମିଳନୀ । ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଫଳରେ ୪ହଜାରରୁ ଉର୍ଦ୍ଧ୍ବ ଟ୍ରକ ରାସ୍ତା ଉପରେ ଅଟକିଛି । ଇଣ୍ଡିଆନ ଅଏଲ, ଏଚପି, ରିଲେଆନ୍ସ ତୈଳ, ବିପିସିଏଲ ସମସ୍ତ ଗାଡି ଓଡିଶାରେ ପ୍ରତିଦିନ ଚାଲବା ଫଳରେ ଏରୋପ୍ଲେନ ଉଡାଣ ପାଇଁ ଆଭିଏସନ ଫୁଏଲ, ରେଳବାଇ , ବିଭିନ୍ନ କମ୍ପାନୀ, କୋଇଲା ଖଣି ଓ ସମସ୍ତ ପେଟ୍ରୋଲ ପମ୍ପ କୁ ଯୋଗାଯାଉଛି ତେଲ ଯୋଗାଣ କରାଯାଏ । ହେଲେ ବର୍ତ୍ତମାନ ଡ୍ରାଇଭର ସଂଘର ଧର୍ମଘଟରେ ଆମ ଟ୍ରକ ସଂଘ ର ସମସ୍ତ ଗାଡି ବାଧାପ୍ରାପ୍ତ ହେଉଛି । ଘଣ୍ଟାଘଣ୍ଟା ଗାଡି ଆଟକିବା ଫଳରେ ଆନେକ ସମସ୍ୟା ଦେଖିବାକୁ ମିଳିଛି । ଡିପୋରୁ ପେଟ୍ରୋଲ ଆସିବାରେ ଅସୁବିଧା ଯୋଗୁଁ ଯେଉଁ କେତୋଟି ଟାଙ୍କିରେ ତେଲ ମହଜୁଦ ଥିଲା ସେସବୁ ସରିବାକୁ ବସିଲାଣି । ଯାହାଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ତେଲ ସମସ୍ୟା ଦେଖିବାକୁ ମିଳିଛି । ଅନ୍ୟପଟେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଫଳରେ ସାଧାରଣ ଜନତା ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗୋଟିଏ ପଟେ ଅତ୍ୟାବଶ୍ୟକ ସାମଗ୍ରୀ ଗାଡି କୁ ଛାଡିବା ନେଇ ଦାବି ହେଉଥିଲା ବେଳେ ଟ୍ୟାଙ୍କର ଗାଡି କୁ ଅଟକେଇବା କେତେଦୂର ଠିକ ବୋଲି ପ୍ରଶ୍ନ କରିଛି ରାଜ୍ୟ ସଂଘ ।  ତେବେ ଏହି ଧର୍ମଘଟର ପ୍ରଭାଵ ବର୍ତ୍ତମାନ ସାଧାରଣ ଜନତା ଭୋଗିବା ଆରମ୍ଭ କରିଛି ବୋଲି ଟ୍ରକ ମାଲିକ ସଂଘ କହିଛି । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.