୫୦ବର୍ଷୀୟ ବରଗଛ ପାଇଲା ପୁନର୍ଜନ୍ମ, ସ୍ଥାନାନ୍ତରଣ ପରେ ପୁଣି ହେଲା ରୋପଣ - ଥାଞ୍ଜାଭୁର ଜିଲ୍ଲାପାଳ

🎬 Watch Now: Feature Video

thumbnail

By

Published : May 19, 2023, 9:42 PM IST

ଚେନ୍ନାଇ: ତାମିଲନାଡୁ ଥାଞ୍ଜାଭୁର ଜିଲ୍ଲାରେ ପୁନର୍ଜନ୍ମ ପାଇଲା ଏକ ୫୦ବର୍ଷୀୟ ବିରାଟ ବଡ଼ ବରଗଛ । ଏହି ବୃକ୍ଷକୁ ଗୋଟିଏ ସ୍ଥାନରୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇ ପୁଣି ରୋପଣ କରାଯିବା ପରେ ଏହା ନୂଆ ଜୀବନ ପାଇଛି । ଥାଞ୍ଜାଭୁର ଜିଲ୍ଲାପାଳ ଦିନେଶ ପୋନରାଜ ଏହି ବୃକ୍ଷର ପୁନଃରୋପଣ ପରେ ପାଣି ଦେଇ ତାକୁ ନୂଆ ଜୀବନ ଦେଇଛନ୍ତି । ଅନେକ ସହରରେ ବର୍ତ୍ତମାନ ବିକାଶମୂଳକ କାର୍ଯ୍ୟ ଲାଗି ଅନେକ ଗଛ କଟାଯାଉଛି । ତେବେ ଜିଲ୍ଲାରେ ନୂଆ ବସଷ୍ଟାଣ୍ଡ ଲାଗି ରାସ୍ତାର ପ୍ରଶସ୍ତିକରଣ ସମୟରେ ଏହି ବୃକ୍ଷଟି ବାଧା ସାଜୁଥିଲା । ଏଣୁ ଉକ୍ତ ସ୍ଥାନରୁ ଗଛକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରୋପଣ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ବିରାଟ ଗଛକୁ ଲଗାଯିବା ପରେ ଏହାକୁ ଦେଖିବା ଲାଗି ଲୋକେ ଭିଡ଼ ଜମାଇଛନ୍ତି । ହାଇୱେ ଡିପାର୍ଟମେଣ୍ଟ ପକ୍ଷରୁ ଏହି ଗଛକୁ ସ୍ଥାନାନ୍ତରିତ କରାଯାଇଥିଲା । 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.