ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସାମିଲ ହେଲେ ଭାବିନିପୁର ପଞ୍ଚାୟତବାସୀ

🎬 Watch Now: Feature Video

thumbnail

ବ୍ରହ୍ମପୁର: ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ସାରା ଦେଶ ପାଳିତ ହୋଇଛି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ । ସ୍ୱଚ୍ଛ ଭାରତ ଅଭିଯାନର 9 ବର୍ଷ ପୂର୍ତ୍ତି ଅବସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଇଁ ସମସ୍ତେ 1 ଘଣ୍ଟା ସାମୁହିକ ଶ୍ରମଦାନ କରିବାକୁ ଆହ୍ୱାନ କରାଯାଇଛି  । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସହର ଉପକଣ୍ଠ ଭାବିନିପୁର ପଞ୍ଚାୟତରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । 

ପଞ୍ଚାୟତର ସରପଞ୍ଚଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପଞ୍ଚାୟତର ପିଲାଠାରୁ ଆରମ୍ଭ କରି ବୃଦ୍ଧ । ଗାନ୍ଧୀଜୟନ୍ତୀର ଗୋଟିଏ ଦିନ ପୂର୍ବରୁ ଏପରି କାର୍ଯ୍ୟକ୍ରମରେ ସାମିଲ ହୋଇ ସଂପୂର୍ଣ୍ଣ ପଞ୍ଚାୟତକୁ ସ୍ୱଚ୍ଛ ସୁନ୍ଦର କରିବାକୁ ଦୃଢଶପଥ ନେଇଥିଲେ ।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ , ସ୍ୱେଚ୍ଛାସେବୀ ସଂଗଠନର କର୍ମୀମାନେ ହାତରେ କୋଦାଲ ଏବଂ ଝାଡୁ ଧରି ଗାଁର ରାସ୍ତାଘାଟ, ପୋଖରୀ, ମନ୍ଦିର ଏବଂ ବିଦ୍ୟାଳୟକୁ ସଫେଇ କରିଥିଲେ । ପରେ ପଞ୍ଚାୟତକୁ ସବୁଦିନ ସଫା ରଖିବା ପାଇଁ ସାମୁହିକ ସପଥ ପାଠ କରିଥିଲେ । ସରପଞ୍ଚଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ପସନ୍ଦ କରିବା ସହ ସାଧୁବାଦ ଜଣାଇଛନ୍ତି  । 

ଏହି ମଧ୍ୟ ପଢନ୍ତୁ....ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସାମିଲ ହେଲା ପୂର୍ବତଟ ରେଳବାଇ, ବନ୍ଦେ ଭାରତ ଏକ୍ସପ୍ରେସକୁ 14 ମିନିଟରେ ସଫେଇ କରି କୀର୍ତ୍ତିମାନ


ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.