ରାଉରକେଲା ସ୍ବତନ୍ତ୍ର ଜେଲରେ କଏଦୀ ମୃତ, କାରଣ ଅସ୍ପଷ୍ଟ
🎬 Watch Now: Feature Video
ରାଉରକେଲା: ରାଉରକେଲା ସ୍ବତନ୍ତ୍ର ଜେଲରେ କଏଦୀ ମୃତ । ଜେଲ ପରିସରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଝିରପାଣି ଥାନା ଅନ୍ତର୍ଗତ ମାଷ୍ଟରଟୋଲିର ୨୪ ଵର୍ଷୀୟ ଏନେମ ଲୁଗୁନ । ଏକ ହତ୍ୟା ମାମଲାରେ ଗିରଫ ହୋଇ ଜେଲ ଦଣ୍ଡ ଭୋଗୁ ଥିଲେ । ୨୦୨୧ରୁ ରାଉରକେଲା ସ୍ବତନ୍ତ୍ର ଜେଲ ହାଜତରେ ସଜା କାଟୁଥିଲେ । କେଉଁ କାରଣରୁ ତାଙ୍କର ମୃତ୍ୟୁ ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ବହୁଦିନ ଧରି ସେ ଅସୁସ୍ଥ ରହିଥିବା ବେଳେ ଏନେମ ଲୁଗୁନ ଚିକିତ୍ସା ଜାରି ରହିଥିଲା । ରାଉରକେଲା ସମେତ ବୁର୍ଲା ଓ କଟକରେ ଚିକିତ୍ସିତ ହେଉଥିବା ଜେଲ ଅଧିକ୍ଷକ ସୂଚନା ଦେଇଛନ୍ତି । ଶୁକ୍ରବାର ସକାଳେ ହଠାତ୍ ସେ ଅସୁସ୍ଥ ହୋଇ ପଡିବାରୁ ଜେଲ୍ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେ । କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । କଏଦୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହାପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ଆଇନ ଅନୁସାରେ ମାଜିଷ୍ଟ୍ରେଟ ସ୍ତରୀୟ ଓ ଜୁଡିସିଆଲ ତଦନ୍ତ ହେଵ ଵୋଲି ରାଉରକେଲା ଜେଲ ଅଧିକ୍ଷକ ସୂଚନା ଦେଇଛନ୍ତି । ପୋଲିସ ସମେତ ଜେଲ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ଏହା ମଧ୍ୟ ପଢନ୍ତୁ-ବାରିପଦା କାରାଗାରରେ ବିଚାରଧୀନ କଏଦୀର ସନ୍ଦେହଜନକ ମୃତ୍ୟୁ
ଇଟିଭି ଭାରତ, ସୁନ୍ଦରଗଡ