ଜୀବନ ଯୁଦ୍ଧରେ ହାରିଗଲେ ସୂର୍ଯ୍ୟ; ଚୌକି ନେଇ ଭତ୍ତା ପାଇଁ ଯାଇଥିଲେ, ସୀତାରମଣ ନେଇଥିଲେ ବଡ ପଦକ୍ଷେପ
🎬 Watch Now: Feature Video
ନବରଙ୍ଗପୁର: ଆଉ ନାହାନ୍ତି ସୂର୍ଯ୍ୟ ହରିଜନ । ଜୀବନ ଯୁଦ୍ଧରେ ହାରିଗଲେ 70ବର୍ଷୀୟା ବୃଦ୍ଧା । ଦୀର୍ଘ ବର୍ଷ ର ସଂଘର୍ଷ ପରେ ଆଜି ସେ ଚିରନିଦ୍ରାରେ ଶୋଇ ପଡିଛନ୍ତି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡା ପଞ୍ଚାୟତ ସଦର ମହକୁମା ର 70ବର୍ଷୀୟା ବୃଦ୍ଧା ଥିଲେ ସୂର୍ଯ୍ୟ ହରିଜନ । ଏହି ଅସହାୟ ବୃଦ୍ଧା ଦିନେ ଏକ ଭଙ୍ଗା ଚୌକିକୁ ସାହାରା କରି ବାର୍ଦ୍ଧକ୍ୟ ଭତ୍ତା ପାଇଁ ଯାଉଥିଲେ । ଯାହାକି ସାମାଜିକ ଗଣମାଧ୍ୟମ ଭିଡିଓ ଭାଇରାଲ୍ ପରେ ରେ ଏକ ଚାଞ୍ଚଲ୍ୟ ଖବର ପାଲଟି ଯାଇଥିଲା । ଅର୍ଥମନ୍ତ୍ରୀ ସୀତାରମଣ ଙ୍କ ଟ୍ବିଟ ପରେ ପରେ ପ୍ରଶାସନ ସୂର୍ଯ୍ୟ ଙ୍କ ଘରେ ପହଞ୍ଚି ଏକ ହ୍ଵିଲ ଚେୟାର ଓ ଛଅ ମାସର ପେନସନ ପ୍ରଦାନ କରିବା ସହ ତାଙ୍କର ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ଜୀବନରେ ଅନେକ ଯନ୍ତ୍ରଣା ସହିବା ପରେ ଯେତେବେଳେ ସୁଖ ଭୋଗିବାର ସମୟ ଆସିଲା, ସେ ସୁଖ ଭୋଗ କରିବାକୁ ସୂର୍ଯ୍ୟ ଆଉ ନାହାନ୍ତି । ଆଜି ସକାଳୁ ସେ ଶାନ୍ତିରେ ଚିରନିଦ୍ରାରେ ଶୋଇ ପଡିଛନ୍ତି । ସୂର୍ଯ୍ୟଙ୍କ ମୃତ୍ୟୁରେ ଆତ୍ମୀୟ ସ୍ୱଜନ ସମସ୍ତେ ଭାଙ୍ଗି ପଡ଼ିଥିବା ବେଳେ ଗ୍ରାମରେ ଏକ ପ୍ରକାର ଶୋକାକୁଳ ବାତାବରଣ ଦେଖାଦେଇଛି ।
ଇଟିଭି ଭାରତ, ନବରଙ୍ଗପୁର