thumbnail

By ETV Bharat Odisha Team

Published : Dec 16, 2023, 9:53 PM IST

ETV Bharat / Videos

'ଆନିମଲ'ରେ ବବିଙ୍କ ଭୂମିକା ନେଇ ଏମିତି କହିଲେ ଭାଇ ସନି ଦେୱଲ...

ମୁମ୍ବାଇ: ଫିଲ୍ମ 'ଆନିମଲ'ରେ ବବି ଦେୱଲଙ୍କ ଅଭିନୟକୁ ନେଇ ପ୍ରତିକ୍ରିୟା ରଖିଲେ ସନି ଦେୱଲ । 'ଆନିମଲ'ରେ ବବିଙ୍କ ଭୂମିକା ଏବଂ ଚମକଦାର ଅଭିନୟ ଫ୍ୟାନ୍ସଙ୍କୁ ବେଶ ଆକର୍ଷିତ କରିଥିଲା । ଖୁବ କମ୍ ସମୟର ସ୍କ୍ରିନ ସେୟାର କରିଥିଲେ ବି ସେତିକି ସମୟରେ ଦର୍ଶକଙ୍କ ମନ ଜିତିଛନ୍ତି ଅଭିନେତା ବବି ଦେୱଲ । ତେବେ ଖଳନାୟକ ଭୂମିକାରେ ବବିଙ୍କ ଅଭିନୟ କିପରି ଥିଲା ପଚରା ଯିବାରୁ ଶନି ଦେୱଲ କହିଛନ୍ତି, "ଏହା ହୁଏତ ବର୍ଷ ବର୍ଷ ଧରି ସେ ହିରୋ ଭୂମିକାରେ ଅଭିନୟ କରିଆସୁଥିଲେ । ହେଲେ ଏଭଳି ନେଗେଟିଭ ଚରିତ୍ରରେ ମଧ୍ୟ ସେ ଭଲ ଅଭିନୟ କରିଛନ୍ତି । ତାଙ୍କର ସଫଳତାରେ ମୁଁ ବହୁତ ଖୁସି । ଅବଶ୍ୟ ଚଳଚ୍ଚିତ୍ରର କେତେକ ପାର୍ଟ ମତେ ପସନ୍ଦ ଆସିନାହିଁ । କିନ୍ତୁ ସମସ୍ତଙ୍କର ନିଜ ନିଜର ପସନ୍ଦ ରହିଛି । ତେବେ ମୋ ଭାଇକୁ ଦର୍ଶକଙ୍କ ତରଫରୁ ମିଳିଥିବା ଭଲପାଇବା ଏବଂ ଶୁଭେଚ୍ଛା ପାଇଁ ମୁଁ ବେଶ ଖୁସି ।"  

ଏହା ବି ପଢନ୍ତୁ...'ଆନିମଲ'ରୁ ହଟାଯାଇଛି ରଣବୀର-ବବିଙ୍କ ଚୁମ୍ବନ ଦୃଶ୍ୟ, ଓଟିଟିରେ ବିନା କଟରେ ହେବ ରିଲିଜ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.