ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ: ସବୁଠି ଉତ୍ସବର ମାହୋଲ, ସଫଳତା କାମନା କଲେ ଛାତ୍ରଛାତ୍ରୀ - ଚନ୍ଦ୍ରଯାନ ୩ର ସଫଳତା କାମନା କଲେ ଛାତ୍ରଛାତ୍ରୀ
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Aug 23, 2023, 4:29 PM IST
ବ୍ରହ୍ମପୁର: ଆଉ କିଛି ସମୟର ଅପେକ୍ଷା । ଚନ୍ଦ୍ରପୃଷ୍ଟରେ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ସମୟ ଯେତେ ପାଖଉଛି, ଜୋସ ମଧ୍ୟ ସେତକିି ବଢୁଛି । ସାରା ଦେଶକୁ ଘାରିଛି ଚନ୍ଦ୍ରଯାନ ଫିଭର । ଏହାକୁ ନେଇ ବ୍ରହ୍ମପୁରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦେଶବାସୀଙ୍କ ସ୍ଵପ୍ନର ଉଡ଼ାଣ ଭରିଥିବା ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ସମୟର ସେହି ଐତିହାସିକ ମୁହୂର୍ତ୍ତକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଚନ୍ଦ୍ରଯାନର ସଫଳ ଲ୍ୟାଣ୍ଡିଂ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୁଭ ମନାସିଛନ୍ତି । ସହରର ଟାଟା ବେଞ୍ଚ୍ ଛକ ନିକଟରେ ରହିଥିବା ଘରୋଇ ସ୍କୁଲର ବିଦ୍ଯାର୍ଥୀ ଚନ୍ଦ୍ରଯାନ ସମ୍ପର୍କୀତ ସମୂହ ଚିତ୍ରାଙ୍କନ କରିଛନ୍ତି । ହାତରେ ଜାତୀୟ ପତାକା ଧରିବା ସହ ବ୍ୟାଣ୍ଡ ବାଜା ବଜାଇ ସଫଳ ଲ୍ଯାଣ୍ଡିଂ ପାଇଁ ପ୍ରାର୍ଥନା କରିଛନ୍ତି ।
ସାରା ଦେଶର ବିଭିନ୍ନ ସ୍ଥାନରେ ଦିନ ତମାମ ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ନେଇ ଚାଲିଛି ପୂଜାର୍ଚ୍ଚନା । ହୋମଯଜ୍ଞ ସାଙ୍ଗକୁ ମହାଦେବଙ୍କ ଜଳାଭିଷେକ ସହିତ ଉଜ୍ଜୈନର ମହାକାଳେଶ୍ଵର ମନ୍ଦିରରେ ଚନ୍ଦ୍ରଯାନର ସଫଳ ଲ୍ୟାଣ୍ଡିଂ ପାଇଁ ଭଷ୍ମ ଆଳତୀ ମଧ୍ଯ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଗତ ଜୁଲାଇ ୧୪ ତାରିଖରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ କେନ୍ଦ୍ରରୁ ତୃତୀୟ ମୁନ୍ ମିଶନ ଚନ୍ଦ୍ରଯାନ ଉତକ୍ଷେପଣ ହୋଇଥିବା ବେଳେ ପ୍ରାୟ ୫୦ ଦିନର ଯାତ୍ରା ପରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିବାକୁ ଯାଉଛି ଚନ୍ଦ୍ରଯାନ-୩ । ଆଜି ଚନ୍ଦ୍ରଯାନ-୩ ନିଶ୍ଚୟ ରୂପେ ଚନ୍ଦ୍ରରେ ପହଞ୍ଚିବ ବୋଲି ଆଶାରେ ରହିଛନ୍ତି ଭାରତବାସୀ । ଏହାକୁ ନେଇ ବିଦ୍ୟାର୍ଥୀଙ୍କ ମନରେ କେତେ ଉତ୍ସାହ ଭରି ରହିଛି ସେନେଇ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ୱାଦଦାତା ସମୀର ଆଚାର୍ଯ୍ୟ ।
ଇଟିଭି ଭାରତ, ବ୍ରହ୍ମପୁର