thumbnail

By ETV Bharat Odisha Team

Published : Nov 23, 2023, 8:33 PM IST

ETV Bharat / Videos

ମୋ ଓଡିଶା ନବୀନ ଓଡିଶାକୁ ବିରୋଧ କଲେ ରେଭେନ୍ସା ଛାତ୍ରଛାତ୍ରୀ

କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟର ଜୁନିୟର କଲେଜରେ ଛାତ୍ର ଅସନ୍ତୋଷ । ମୋ ଓଡିଶା ନବୀନ ଓଡିଶାକୁ ବିରୋଧ କଲେ ଛାତ୍ରଛାତ୍ରୀ । ବିଶ୍ଵବିଦ୍ୟାଳୟର ପରିସରକୁ ରାଜନୀତିକରଣ ଠାରୁ ଦୂରରେ ରଖିବାକୁ ଛାତ୍ରଛାତ୍ରୀଙ୍କ ଅନୁରୋଧ । ଏଭଳି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥାନକୁ ବାଧ୍ୟତା ମୂଳକ କରାଯାଉଥିବା ଅଭିଯୋଗ ।

ରାଜ୍ୟ ସରକାରଙ୍କ ତରଫରୁ ଯୁବ ବିକାଶ ପାଇଁ ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢିଙ୍କ ଭିତରେ କଳା, ସଂସ୍କୃତି, ଓ କ୍ରୀଡ଼ା ପ୍ରତି ପ୍ରୋତ୍ସାହନ ସୃଷ୍ଟି କରାଯାଉଛି । ତେବେ ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନଙ୍କର କ୍ଷମତା ବିକାଶ ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଉଛି । କିନ୍ତୁ ଏହାରି ଭିତରେ ଦେଖାଦେଇଛି ଛାତ୍ର ଅସନ୍ତୋଷ ।  

ଏହା ମଧ୍ୟ ପଢ଼ନ୍ତୁ....ବିଧାନସଭା ଅଚଳାବସ୍ଥା ଜାରି: ବିଜେଡି କହିଲା 'ବିରୋଧୀଙ୍କ ଆଚରଣ ବରଦାସ୍ତ କରିବେନି ରାଜ୍ଯବାସୀ'

ସରକାର ଏହିଭଳି କାର୍ଯ୍ୟକ୍ରମ ସାହାଯ୍ୟରେ ଯୁବପିଢିଙ୍କୁ ସଶକ୍ତ କରିବା ଆହ୍ବାନ ଦେଉଥିବା ବେଳେ ରେଭେନ୍ସା କଲେଜର ଯୁକ୍ତଦୁଇ ଛାତ୍ରଛାତ୍ରୀ ମାନ ଏହାକୁ ବିରୋଧ କରିଛନ୍ତି  । ବିଶ୍ଵବିଦ୍ୟାଳୟର ପରିସରକୁ ରାଜନୀତିକରଣ ଠାରୁ ଦୂରରେ ରଖିବା ପାଇଁ ରାଜ୍ୟ ସରକାର କହୁଥିବା ବେଳେ ବିଶ୍ଵବିଦ୍ୟାଳୟ କତୃପକ୍ଷ ସରକାରଙ୍କ ନିୟମକୁ ଖୁଲମ୍ ଖୁଲା ଭଙ୍ଗ କରୁଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ । ଆଜି ରେଭେନ୍ସା ବିଶ୍ଵବିଦ୍ୟାଳୟରେ ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀ ମାନଙ୍କୁ ଆସିବାକୁ ବାଧ୍ୟତା ମୂଳକ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ଭାବରେ ଯୋଗଦାନ ଦେବା ସହିତ ଉପସ୍ଥାନକୁ ବାଧ୍ୟତା ମୂଳକ କରାଯାଇଛି । ନଚେତ ବିଶ୍ଵବିଦ୍ୟାଳୟ କତୃପକ୍ଷଙ୍କ ପକ୍ଷରୁ ଗମ୍ଭୀର କାର୍ଯ୍ୟନୁଷ୍ଟାନ ନିଆଯିବ ବୋଲି ଚେତାବନୀ ଦିଆଯାଇଥିଲା । ତେବେ ଏହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.