thumbnail

By ETV Bharat Odisha Team

Published : Nov 11, 2023, 10:53 PM IST

ETV Bharat / Videos

ଭଡ଼ା ବୃଦ୍ଧି ଦାବିରେ ଟ୍ରକ ମାଲିକ ସଂଘର ଧର୍ମଘଟ, ମଧ୍ୟ ରାତ୍ରିରୁ ଗଡିବନି ଟ୍ରକ

ଅନୁଗୋଳ: ଆଜି ମଧ୍ୟରାତ୍ରୀ ଠାରୁ ତାଳଚେରରେ ଟ୍ରକ ଧର୍ମଘଟ । ଟ୍ରକ ଭଡା ବୃଦ୍ଧିକୁ ନେଇ ଆଜି ମଧ୍ୟ ରାତ୍ରିରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦେଇଛି ତାଳଚେର ଟ୍ରକ ମାଲିକ ସଂଘ । ତେବେ ଦାବି ପୂରଣ ନହେବା ଯାଏ ଟ୍ରକ ଯୋଗେ କୋଇଲା ପରିବହନକୁ ବନ୍ଦ କରାଯାଇଛି । ତାଳଚେର ଓ କଣିହାଁ ଠାରେ ଥିବା ସମସ୍ତ କୋଇଲା ଖଣିରୁ ଜିଲ୍ଲା ଓ ଜିଲ୍ଲା ବାହାରକୁ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ କରାଯାଇଛି । 

ଏହାମଧ୍ୟ ପଢନ୍ତୁ..Dharmagarh Bandh: ତେଜୁଛି ଜିଲ୍ଲା ମାନ୍ୟତା ଦାବି, 12 ଘଣ୍ଟିଆ ଧର୍ମଗଡ ବନ୍ଦ

ତେବେ ଟ୍ରକ ମାଲିକ ସଂଘ ପକ୍ଷରୁ କୋଇଲା ଭଡ଼ା ବୃଦ୍ଧି ନେଇ ପ୍ରଶାସନ ଓ ପ୍ଲାଣ୍ଟ ମାନଙ୍କୁ ବାରମ୍ବାର ଜଣାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ଟ୍ରଲ ମାଲିକ ସଂଘ । ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ବ ହେବ ନିର୍ଦ୍ଧାରିତ ଭଡାରେ ଟ୍ରକ ଗୁଡିକ ଚଳାଚଳ କରିଆସୁଛି । ତେବେ ଆଜିର ସମୟରେ ଟ୍ରକ ଏବଂ ଏହାର ଯନ୍ତ୍ରାଂଶ ସହ ସମସ୍ତ ଜିନିଷର ଦରବୃଦ୍ଧି ଘଟିଥିବା ବେଳେ ଆଜି ପର୍ଯ୍ୟନ୍ତ ଭଡା ବୃଦ୍ଧି ହୋଇନଥିବାରୁ ମାଲିକମାନଙ୍କୁ ବହୁ କ୍ଷତି ସହିବାକୁ ପଡୁଥିବା କୁହାଯାଇଛି । ଦରବୃଦ୍ଧି ନେଇ ଜିଲ୍ଲା ପ୍ରଶାସନ, ପ୍ଲାଣ୍ଟ କର୍ତ୍ତୃପକ୍ଷ ଓ ଟ୍ରକ ମାଲିକ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ଏହା ଫଳପ୍ରଦ ହୋଇନଥିଲା । ତେବେ ଦିନକୁ ଦିନ ଟ୍ରକର ସମସ୍ତ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ପୂର୍ବ ଧାର୍ଯ୍ୟ ରେଟରେ ଟ୍ରକ ଚଲାଇବାକୁ ମାଲିକମାନେ ଅସମର୍ଥ ହେଉଥିବା କହିଛନ୍ତି । ଯେ ପର୍ଯ୍ୟନ୍ତ ଟ୍ରକ ମାଲିକ ମାନଙ୍କର ସମସ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଟ୍ରକ ମାଲିକ ସଙ୍ଘ ।


ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.