thumbnail

By ETV Bharat Odisha Team

Published : Nov 4, 2023, 7:52 PM IST

ETV Bharat / Videos

ପୃଥକ ଅଳିଆ ନଦେଲେ ନିଆଯିବ କଡା ଆକ୍ସନ: ବିଏମସି କମିଶନର

ଭୁବନେଶ୍ବର: ଭୁବନେଶ୍ବରରେ ପୃଥକ ଅଳିଆ ନଦେଲେ ଲୋକମାନଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁମାନେ ଅଳିଆଗୁଡିକୁ ପୃଥକୀକରଣ କରୁନାହାନ୍ତି କିମ୍ବା ଓଦା ଓ ଶୁଖିଲା ଅଳିଆ ପୃଥକ ଭାବେ ଦେଉନାହାନ୍ତି ସେମାନଙ୍କ ବିରୋଧରେ ଆକ୍ସନ ନିଆଯିବ ବୋଲି କହିଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ । ତେବେ ସବୁ ଲୋକ ଅଳିଆକୁ ଅଲଗା ଦେବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି କମିଶନର । 

ଏହାମଧ୍ୟ ପଢନ୍ତୁ..ପୂଜା ପୂର୍ବରୁ ଗର୍ଜିଲେ ସଫେଇ କର୍ମଚାରୀ, ଘେରିଲେ BMC କାର୍ଯ୍ୟାଳୟ

ତେବେ ଗାଡକଣାରେ ଅଳିଆ ଗଦା ହେବା ଯୋଗୁ ସେଠାରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯାଉଛି । ତେବେ ଏହାର ନିରାକରଣ ପାଇଁ ସେଠାରେ ଅଳିଆ ସଫେଇ କାର୍ଯ୍ୟ କରାଯାଉଛି । ଖୁବଶୀଘ୍ର ଗାଡକଣାରେ ଅଳିଆ ସମସ୍ୟା ସମାଧାନ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି । ବୈଜ୍ଞାନିକ ପଦ୍ଧତିରେ ସେଠାରେ କାର୍ଯ୍ୟ ଜାରି ରହିଥିବା ବେଳେ ଏବେ ପୂର୍ବଭଳି ଦୁର୍ଗନ୍ଧ ଆସୁନଥିବା କହିଛନ୍ତି ବିଏମସି କମିଶନର । 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.