ଦଶହରାରେ ବଜାରରେ ଷ୍ଟ୍ରିଟ ଫୁଡର ଚାହିଦା, ଲାଭବାନ ବ୍ୟବସାୟୀ - କଟକରେ ଦୁର୍ଗାପୂଜା ଅବସରରେ ଚଟପଟି ଷ୍ଟ୍ରିଟ ଫୁଡର ଚାହିଦା

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 25, 2023, 11:59 AM IST

କଟକ: ପୂଜାପାର୍ବଣରେ ଚଟପଟି ଖାଦ୍ୟର ଚାହିଦା ବେଶ ଅଧିକ ରହିଥାଏ । ଚଳିତ ବର୍ଷ କଟକରେ ଦୁର୍ଗାପୂଜା ଅବସରରେ ଚଟପଟି ଷ୍ଟ୍ରିଟ ଫୁଡର ଷ୍ଟଲ ପାଖରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିିଳିଛି । ଦହିବରା, ଗୁପଚୁପ, ଚାଟ, ଆଇସକ୍ରିମ ଭଳି ଖାଦ୍ୟ ପ୍ରତି ଲୋକମାନେ ବେଶ ମନାଇବଳାଇଥିବା ଦେଖିବାକୁ ମିଳିଥିଲା । ତେବେ ଚଳିତ ବର୍ଷ ଦୁର୍ଗାପୂଜା ଓ ଭସାଣି ଅବସରରେ କଟକରେ ଚଟପଟି ଖାଦ୍ୟର ବେଶ ମଜା ଉଠାଇଥିଲେ ଲୋକେ ।

ଏହାମଧ୍ୟ ପଢନ୍ତୁ..ଭସାଣି ପାଇଁ ରାଜଧାନୀରେ କଡ଼ାକଡ଼ି ଟ୍ରାଫିକ କଟକଣା, ଏହି ସବୁ ରୁଟ୍‌ରେ ଗାଡ଼ି ଯିବା ମନା

ଗୋଟିଏ ପଟେ ଲୋକମାନେ ଏପରି ଚଟପଟି ଖାଦ୍ୟ ପ୍ରତି ଉତ୍ସାହ ପ୍ରକଟ କରୁଥିବା ବେଳେ ଉଠା ବ୍ୟବସାୟୀମାନେ ଚଳିତବର୍ଷ ଭସାଣି ସୁଦ୍ଧା ଭଲ ଲାଭ କରିବା ନେଇ ଆଶା କରିଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଖାଦ୍ୟର ଅଧିକ ଚାହିଦା ରହିଥିବାରୁ ବ୍ୟବସାୟ ଭଲ ହେବ ବୋଲି କହିଛନ୍ତି ବ୍ୟବସାୟୀ । ତେବେ ଆଜି କଟକରେ ଦୁର୍ଗାମାଆଙ୍କ ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଖାଦ୍ୟ ଷ୍ଟଲ୍‌ ଆଗରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି ।ଯାହାକୁ ନେଇ ବେଶ ଖୁସି ଅଛନ୍ତି ବ୍ୟବସାୟୀ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.