ମହାପ୍ରଭୁଙ୍କ ଘୋଷଯାତ୍ରା, ରଥରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ନେତାମନ୍ତ୍ରୀ - ରଥରେ ଶ୍ରୀଜିଉଙ୍କ ଦର୍ଶନ କଲେ ନେତାମନ୍ତ୍ରୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/20-06-2023/640-480-18799905-thumbnail-16x9-dgfg.jpg)
ପୁରୀ: ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଚଳଚଞ୍ଚଳ ବଡ଼ଦାଣ୍ଡ । ଛେରା ପହଁରା ପରେ ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇଛି । ଘଣ୍ଟଘଣ୍ଟା, ଶଙ୍ଖ ହୁଳହୁଳିରେ ଫାଟି ପଡୁଛି ଚଉଦିଗ । ଅସହ୍ୟ ଗୁଳୁଗୁଳିରେ ବି ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ରଥରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । କାଳିଆକୁ ଦେଖି କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ । ସମସ୍ତ ବଡ଼ ବଡ଼ ନେତାମନ୍ତ୍ରୀ ମଧ୍ୟ ରଥରେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟପାଳ ଗଣେଶୀ ଲାଲ, ରାଜ୍ୟ ପରିବହନ ମନ୍ତ୍ରୀ ଟୁକନି ସାହୁ, ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ ବହୁ ରାଜନେତା ମହାପ୍ରଭୁଙ୍କ ରଥଯାତ୍ରାରେ ଯୋଗ ଦେଇଛନ୍ତି । ଶାନ୍ତି ଶୃଙ୍ଖଳାର ସହ ସୁରୁଖୁରୁରେ ରଥଯାତ୍ରା ପରିଚାଳନା ହେବା ପାଇଁ ସମସ୍ତେ କାମନା କରିଛନ୍ତି ।