CBSE Result: କଟକ LBR ଡିଏଭି ସ୍କୁଲ୍‌ର ଦ୍ଵାଦଶ ଟପ୍ପର ଶୃତି

By

Published : May 12, 2023, 8:30 PM IST

thumbnail

କଟକ: ପ୍ରକାଶ ପାଇଛି ସିବିଏସଇ ଦ୍ଵାରା ପରିଚାଳିତ ଦ୍ଵାଦଶ ବିଜ୍ଞାନ ଓ ବାଣିଜ୍ୟ ଫଳ । କଟକ ଗଣ୍ଡରପୁରରେ ଥିବା LBR ଡିଏଭିର ଚଳିତ ରେଜଲ୍ଟ ଶତ ପ୍ରତିଶତ ରହିଛି । ସ୍କୁଲର ବିଦ୍ୟାର୍ଥୀ ସୃତି ସୁଦ୍ଧା ଓଝା 98.2 ପ୍ରତିଶତ ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ରେ ରହିଛନ୍ତି ।  ସଫଳତାର ଶ୍ରେୟ ସେ ଅଭିଭାବକ ଓ ଶିକ୍ଷକଙ୍କୁ ଦେଇଥିବା ବେଳେ ପରିଶ୍ରମ କଲେ ସଫଳତା ନିଶ୍ଚିତ ମିଳିବ ବୋଲି ସେ କହିଛନ୍ତି । ସେ ଦିନକୁ 12ଘଣ୍ଟା ପରିଶ୍ରମ କରୁଥିଲେ । ଦ୍ଵାଦଶ ବୋର୍ଡ ସହିତ ଜେଇଇ ପାଇଁ ମଧ୍ୟ ସେ ପ୍ରସ୍ତୁତି ଚଳାଇଛନ୍ତି । ଭବିଷ୍ୟତରେ ଜଣେ ଇଞ୍ଜିନିୟର ହେବାକୁ ସେ ଲକ୍ଷ ରଖିଛନ୍ତି । ଅନ୍ୟପଟେ ସ୍ମୃତି ସୁଦ୍ଧା ଓଡ଼ିଶା ଟପ୍ପର ବୋଲି ସ୍କୁଲ ପକ୍ଷରୁ ଦାବି କରାଯାଇଛି । ସେହିପରି ସ୍କୁଲର ଅନ୍ୟତମ ଛାତ୍ରୀ ଆର୍ଚି ନାୟକ 96ପ୍ରତିଶତ ମାର୍କ ରଖି ଦ୍ୱିତୀୟରେ ଅଛନ୍ତି । ଚଳିତ ବର୍ଷ ଏହି ସ୍କୁଲ୍‌ରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ 60 ପ୍ରତିଶତ ବିଦ୍ୟାର୍ଥୀ 90 ପ୍ରତିଶତ ନମ୍ବର ରଖି ଉତୀର୍ଣ୍ଣ ହୋଇଛନ୍ତି । ଯାହା ସ୍କୁଲ ପାଇଁ ରେକର୍ଡ ବୋଲି ଅଧକ୍ଷ କହିଛନ୍ତି ।  

ସେହିପରି ପ୍ରକାଶ ପାଇଛି ସିବିଏସଇ ଦ୍ଵାରା ପରିଚାଳିତ ଦଶମ ଫଳ ପ୍ରକାଶ ପାଇଥିବା ବେଳେ ଏହି LBR ଡିଏଭି ସ୍କୁଲର ବିଦ୍ୟାର୍ଥୀ ଅରୋଜିତ ଚମ୍ପତ୍ତିରାୟ 97.80 ପ୍ରତିଶତ ନମ୍ବର ରଖି ସିବିଏସି ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି ।  ସ୍କୁଲ୍‌ର ଅନ୍ୟତମ ଛାତ୍ର ସୁପ୍ରତୀକ ମହାନ୍ତି, ଜଗତୀଶ ସାଇ ପଟ୍ଟନାୟକ 97.40 ପ୍ରତିଶତ ନମ୍ବର ରଖି ଦ୍ୱିତୀୟ ଓ ସୁଜଳ ଦଳାଇ 97.20 ପ୍ରତିଶତ ମାର୍କ ରଖି ତୃତୀୟରେ ଅଛନ୍ତି । ସେମାନେ ଡାକ୍ତର ଇଞ୍ଜିନିୟର ହେବେ ବୋଲି କହିଛନ୍ତି । ଚଳିତ ବର୍ଷ ସ୍କୁଲ୍‌ ପକ୍ଷରୁ 253 ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ । ଶତପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ 28 ପ୍ରତିଶତ ବିଦ୍ୟାର୍ଥୀ 90 ପ୍ରତିଶତ ନମ୍ବର ରଖି ଉତୀର୍ଣ୍ଣ ହୋଇଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.