ଶ୍ରୀମନ୍ଦିରର ଚାରି ଦୁଆର ଓ ରତ୍ନଭଣ୍ଡାର ଖୋଲିବା ଦାବି ତେଜିଲା - balasore news
🎬 Watch Now: Feature Video
Published : Jan 1, 2024, 5:17 PM IST
Jagannath Sena Protests: ବାଲେଶ୍ଵର: ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବାଲେଶ୍ଵର ବିକ୍ଷୋଭ । ଶ୍ରୀଜଗନ୍ନାଥ ମନ୍ଦିରର ୪ ଦୁଆର ଓ ରତ୍ନ ଭଣ୍ଡାର ଖୋଲିବା ଦାବିରେ ଆଜି ଗର୍ଜିଛି ଜଗନ୍ନାଥ ସେନା । ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସୂଚନା ଯୋଗ୍ୟ ଗତ ନଭେମ୍ବର ୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ରତ୍ନ ଭଣ୍ଡାରର କେବଳ ଲେଜର ସ୍କାନିଂ ହେବ କିନ୍ତୁ ରତ୍ନ ଗଣତି ମଣତି ହେବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲା । ପରିଚାଳନା କମିଟିର ଏହି ନିଷ୍ପତ୍ତିକୁ ସେନା ଘୋର ବିରୋଧ କରି ଓଡ଼ିଶାରେ ଏକ ଅଭିଯାନ ଆରମ୍ଭ କରିଛି । ଏହାସହ ଗୋ' ମାଂସ ଭକ୍ଷଣକାରୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ୩୧ ଡିସେମ୍ବର ରାତିରେ ମହାପ୍ରଭୁଙ୍କୁ ରାତି ଅନିଦ୍ରା ଖିବା ପ୍ରଶାସନିକ ପ୍ରସ୍ତାବକୁ ବିରୋଧ କରିବା ସହ ନିନ୍ଦା କରାଯାଇଛି । ଏହାସହ ମାଲକାନଗିରି, କେନ୍ଦ୍ରାପଡ଼ା, କଟକ, ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ବଲାଙ୍ଗିର ଆଦି ସ୍ଥାନରେ ଘୋର ବିରୋଧ ଓ ଦୃଢ ନନ୍ଦା କରାଯାଉଛି ।
ଏହା ମଧ୍ୟ ପଢନ୍ତୁ .....ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ଦାବି, ଜଗତସିଂହପୁରରେ ଜଗନ୍ନାଥ ସେନାର ବିକ୍ଷୋଭ
ରାଜ୍ୟର ଗଞ୍ଜାମ, ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଜଗତସିଂହପୁର, ନୟାଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ସେନା ଏହି ଜନସଂପର୍କ କାର୍ଯ୍ୟକ୍ରମ କରିସାରିବା ପରେ ଏବେ ବାଲେଶ୍ବରରେ ପହଞ୍ଚିଛି । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ରାଜ୍ୟର ଅନ୍ୟ ଜିଲ୍ଲାରେ ଜାରି ରହିବ ବୋଲି ସୂଚନା ମିଳିଛି । ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଚାରି ଦୁଆର ଖୋଲିବା ସହ ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି ଜୋର ଧରିଛି ।
ଇଟିଭି ଭାରତ, ବାଲେଶ୍ଵର