thumbnail

ଆଜି ଜଗତଜନନୀ ମାଆ ଦୁର୍ଗାଙ୍କ ମହାଷ୍ଟମୀ, ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ

By ETV Bharat Odisha Team

Published : Oct 22, 2023, 12:41 PM IST

ରାଇରଙ୍ଗପୁର: ଶାରଦୀୟ ଦୁର୍ଗାପୂଜା ନେଇ ଚଳଚଞ୍ଚଳ ପୂରପଲ୍ଲୀ । ସବୁଠି ଜଗତଜ୍ଜନୀଙ୍କ ଆବାହନ ହୋଇଛି । ମଣ୍ଡପରେ ମାହାଷ୍ଟମୀ ଓ ପୀଠରେ ମହାନବମୀ । ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୂଜା ମଣ୍ଡପ । ଆଜି ମହାମାୟାଙ୍କ ମହାଷ୍ଟମୀରେ ମଣ୍ଡପରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଛି । ମନ୍ତ୍ରଧ୍ବନୀରେ କମ୍ପୁଛି ପୂଜାମଣ୍ଡପ । ମନ ମୋହୁଛି ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାଆଡମ୍ବରରେ ଜଗତଜନନୀ ମା' ଦୁର୍ଗାଙ୍କ ମହାଷ୍ଟମୀ ପୂଜା କରାଯାଉଛି। ଗାଁ ଠାରୁ ଆରମ୍ଭ କରି ସହରର ସମସ୍ତ ମା' ଦୁର୍ଗାଙ୍କ ମଣ୍ଡପ ଗୁଡିକ ସଜେଇ ହୋଇଛି । ଏହି କ୍ରମରେ ରାଇରଙ୍ଗପୁର ସହର ତଥା ଆଖପାଖ ଅଞ୍ଚଳ ବେଶ୍ ଚଳଚଞ୍ଚଳ ହୋଇ ଉଠିଥ‌ିବା ବେଳେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ମଣ୍ଡପରେ ପୂଜାର୍ଚ୍ଚନା କରିଥିବା ମିଳିଛି । ଗୁରୁ ପୂଜା ଓ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରାଯାଇ ମଣ୍ଡପରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ମହିଳା ଶ୍ରଦ୍ଧାଳୁମାନେ ମା'ଙ୍କ ପୂଜାର୍ଚ୍ଚନା କରି ବ୍ରତ ଧାରଣ କରିଛନ୍ତି ।

ମହାଷ୍ଟମୀର ପୂଜା, ହୋମ, ପୁଷ୍ପାଞ୍ଜଳି ପ୍ରକ୍ରିୟା ଚାଲିଥିବାବେଳେ ପୂର୍ବାହ୍ନରେ ହୋମଯଜ୍ଞ, ଚଣ୍ଡିପୂଜା ଓ ସନ୍ଧ୍ୟା ସମୟରେ ମା'ଙ୍କ ଆରତୀ ଓ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ କରାଯିବ ବୋଲି ମୁଖ୍ୟ ପୂଜକ ସୂଚନା ଦେଇଛନ୍ତି । ଢୋଲ, ଶଙ୍ଖ, ଘଣ୍ଟଘଣ୍ଟା ଶବ୍ଦରେ କମି ଉଠୁଛି ମା' ଦୁର୍ଗାଙ୍କ ପୀଠ । ମଣ୍ଡପରେ ମହାଅଷ୍ଟମୀ ପୂଜା ଅବସରରେ ମନ୍ତ୍ର ଧ୍ବନିରେ ଚଉଦିଗ ପ୍ରକମ୍ପିତ ହୋଇଛି । ଏଥି ସହିତ ଜଗତଜନନୀ ମା' ଦୁର୍ଗାଙ୍କ ଆଶୀର୍ବାଦ ଲାଭ ପାଇଁ ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ।

ଏହା ବି ପଢନ୍ତୁ...କାଳରାତ୍ରୀ ବେଶରେ ଦର୍ଶନ ହେଲେ ମା' ସମଲେଇ, ଭାଇଙ୍କ ମଙ୍ଗଳ ମନାସୀ ମଣ୍ଡପରେ ଭଉଣୀଙ୍କ ପୂଜାର୍ଚ୍ଚନା

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.