ଆଜିଠାରୁ ମା' ଶାରଳାଙ୍କ ମହାପାର୍ବଣ ପୂଜା, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ - ଶାରଦୀୟ ପାର୍ବଣର ଷୋଡ଼ଶ ଦିନାତ୍ମକ ପୂଜା

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 6, 2023, 10:50 PM IST

ଜଗତସିଂହପୁର: ଆଜିଠାରୁ ଆରମ୍ଭ ହୋଇଛି ମା' ଶାରଳାଙ୍କ ଶରତ କାଳୀନ ପାର୍ବଣ ପୂଜା । ଆଜିଠାରୁ ଦୂର୍ଗାଷ୍ଟମୀ ପର୍ଯ୍ୟନ୍ତ ପୂଜା ଅନୁଷ୍ଠିତ ହେବ । ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା' ଶାରଳାଙ୍କ ପୀଠରେ ଆଜି ଶାରଦୀୟ ପାର୍ବଣର ଷୋଡ଼ଶ ଦିନାତ୍ମକ ପୂଜା ଅନୁଷ୍ଠିତ ହୋଇଛି । ଏହି ଅବସରରେ ପ୍ରତ୍ୟୁଷରୁ ମଙ୍ଗଳ ଆଳତୀ ପରେ ମଇଲମ, ମନ୍ଦିର ଶୋଧ, ୧୦୦୮ ଗରା ଅଭିମନ୍ତ୍ରିତ ଜଳରେ ଅଭିଷେକ କରାଯାଇ ଶେଷରେ ମା'ଙ୍କୁ ସୁବର୍ଣ୍ଣ ବେଶରେ ବିଭୂଷିତ କରାଯାଇଥିଲା ।

ଏହା ବି ପଢନ୍ତୁ...ଆସୁଛନ୍ତି ମା’, ଚାମର ହଲାଇ ଖିଲିଖିଲି ହସି ସ୍ବାଗତ କରୁଛି କାଶତଣ୍ଡୀ

ଆଜିଠାରୁ 16 ଦିନ ପର୍ଯ୍ୟନ୍ତ ସପ୍ତସତୀ ଚଣ୍ଡୀପାଠ ସାଙ୍ଗକୁ ଯଜ୍ଞ ଆରମ୍ଭ ହୋଇଛି । ପ୍ରତ୍ୟେକ ଦିନ ମା'ଙ୍କ ଷୋଡ଼ଶ ଉପଚାର ପୂଜା ଓ ଚଣ୍ଡୀପାଠ କରାଯିବ । ମହାନବମୀ ଦିନ 7ହଣ୍ଡା ପଣାକୁ ମା'ଙ୍କୁ ଉତ୍ସର୍ଗ କରାଯିବାର ପରମ୍ପରା ରହିଛି । ଶରତ କାଳୀନ ଏହି ମହାପୂଜାକୁ ଦେଖିବା ପାଇଁ ମା'ଙ୍କ ମନ୍ଦିରରେ ବେଶ ଭିଡ଼ ପରିଲକ୍ଷିତ ହେଉଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଶାରଳା ମନ୍ଦିର ନବୀକରଣ କାର୍ଯ୍ୟ ଚାଲୁଥିବାରୁ ଯେପରି ଦର୍ଶନରେ ବାଧା ସୃଷ୍ଟି ନହୁଏ ସେଥିପାଇଁ ପ୍ରଶାସନ ପକ୍ଷରୁ ଧାଡି ବ୍ୟବସ୍ଥା କରାଯିବ ବୋଲି ମନ୍ଦିର ପ୍ରଶାସନିକ ଅଧିକାରୀ କହିଛନ୍ତି । 

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.