ମହିଳା ସଂରକ୍ଷଣ ବିଲ୍ ନେଇ ଏମିତି କହିଲେ ସୋନିଆ ଗାନ୍ଧୀ - ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନ
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Sep 19, 2023, 10:50 AM IST
ନୂଆଦିଲ୍ଲୀ: ଆଜିଠାରୁ ନୂତନ ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନର ଦ୍ବିତୀୟ କାର୍ଯ୍ୟଦିବସ ଆରମ୍ଭ ହେବ। ଆଜି ସଂସଦ ଆଗତ ହୋଇ ପାରେ ବହୁ ପ୍ରତିକ୍ଷିତ ମହିଳା ସଂରକ୍ଷଣ ବିଲ। ଏହି ବିଲ୍କୁ ସୋମବାର ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଥିଲା। ତେଣୁ ଆଜି ଏହା ଲୋକସଭାରେ ଆଗତ ହେବା ନେଇ ଚର୍ଚ୍ଚା ହେଉଛି । ଆଜି ସଂସଦ ଭବନରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ବର୍ତ୍ତମାନର ଦଳର ସଂସଦୀୟ କମିଟି ନେତ୍ରୀ ସୋନିଆ ଗାନ୍ଧୀ ପହଞ୍ଚିବା ପରେ ଏନେଇ ପ୍ରଶ୍ନ କରିଥିଲେ ସାମ୍ବାଦିକ । ଏହାର ଉତ୍ତରରେ ସୋନିଆ କହିଥିଲେ, "It is ours, Apna Hai" ଏହା ଆମର । ଏତିକି କହି ନୂଆ ସଂସଦ ଭବନ ଗୃହକୁ ଚାଲିଯାଇଥିଲେ । ଲୋକସଭା ତଥା ରାଜ୍ୟସଭାରେ ମହିଳାଙ୍କ ପାଇଁ ମୋଟ ଆସନର 33ପ୍ରତିଶତ ସିଟ୍ ସଂରକ୍ଷଣ ସୁନିଶ୍ଚିତ କରିବାକୁ ଆସିବାକୁ ଯାଉଥିବା ଏହି ବିଲ୍କୁ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଛି । ଏହାପରେ ଲୋକସଭାରେ ଏହା ଆଗତ ହେବା ନେଇ ଏକପ୍ରକାର ପଥ ପରିଷ୍କାର ହୋଇଛି ।