ବିବାହ କରିବି କହି ଅନେକ ଜଣଙ୍କୁ ଠକିଛନ୍ତି, ତିର୍ତ୍ତୋଲ ବିଧାୟକ ଜଣେ ପ୍ରତାରକ: ସୋମାଲିକା ଦାଶ

By ETV Bharat Odisha Team

Published : Oct 5, 2023, 5:40 PM IST

thumbnail

ଜଗତସିଂହପୁର: ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ପୂର୍ବରୁ ବାନ୍ଧବୀ ସୋମାଲିକାଙ୍କ ସହ ପ୍ରେମ ସମ୍ପର୍କ ବିଚାରାଧୀନ ଥିବାବେଳେ ଏବେ ଏହି ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । ଗତ ବୁଧବାର ଦିନ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଜଣେ ମହିଳାଙ୍କ ସହିତ ବିବାହ କରିବା ପାଇଁ କଟକ ସବରେଜିଷ୍ଟ୍ରର କାର୍ଯ୍ୟାଳୟରେ ଆବେଦନ କରିଥିବା ଜଣାପଡ଼ିଛି । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜୟ ଶଙ୍କରଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଦାଶ । 

ସୋମାଲିକା ‘ଇଟିଭି ଭାରତ’କୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, ‘‘ତିର୍ତ୍ତୋଲ ବିଧାୟକ ଜଣେ ପ୍ରତାରକ । ସେ ଶାସକ ଦଳର ବିଧାୟକ ହୋଇ ଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ମତେ ବାରମ୍ବାର ନିରାଶ କରାଯାଇଛି । ଯେଉଁ ମହିଳାଙ୍କୁ ସେ ବିବାହ କରିବା ପାଇଁ ଆବେଦନ କରିଛନ୍ତି ଏଥିରେ ମୁଁ କିଛି ଆଶ୍ଚର୍ଯ୍ୟ ହେଉନି । କାରଣ ଏମିତି ବହୁତ ଝିଅଙ୍କ ସହ ବିଜୟ ଶଙ୍କର ଏହିଭଳି ନାଟକ କରିଥାନ୍ତି । ମୋ ସହିତ ମଧ୍ୟ ସେ ଏହି ନାଟକ କରିଥିଲେ । ବିବାହ କରିବାର ପ୍ରତିଶ୍ରୁତି ଦେଇ ମୋ ସହିତ ସମ୍ପର୍କରେ ଥିଲେ । ବିଭିନ୍ନ ଆଡୁ ଚାପ ସୃଷ୍ଟି ହେବାରୁ ମୋତେ ବିବାହ ପାଇଁ ଜଗତସିଂହପୁର ସବରେଜିଷ୍ଟ୍ରର ଅଫିସକୁ ମଧ୍ୟ ନେଇଥିଲେ । ହେଲେ ସବୁ ଥିଲା ମିଛ ଓ ଛଳନା । ଶେଷରେ ମିଳିଲା ମୋତେ ପ୍ରତାରଣା । ସେହିଭଳି ଯେଉଁ ମହିଳା ଜଣଙ୍କ ତାଙ୍କୁ ବିବାହ କରିବା ପାଇଁ ଯାଉଛନ୍ତି ସେ ପୂର୍ବରୁ ଜଣେ ଶିକ୍ଷକଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କର ମଧ୍ୟ ଏକ ପୁତ୍ର ସନ୍ତାନ ରହିଛି । ବିଜୟ ଶଙ୍କର ଓ ସଂପୃକ୍ତ ମହିଳାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ସଂପୃକ୍ତ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେଇଛନ୍ତି ।’’ 

ତେବେ ନିକଟରେ ବିଜୟ ଶଙ୍କର ଓ ଉକ୍ତ ମହିଳାଙ୍କ ଆପତ୍ତି ଜନକ ଫଟୋ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିଲା । ଏ ସମ୍ପର୍କରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିବା ବେଳେ ସେ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ..ଥମିନି ପ୍ରେମ ବିବାଦ: ଆଉ ଜଣଙ୍କୁ ବିବାହ ପାଇଁ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କଲେ ତିର୍ତ୍ତୋଲ ବିଧାୟକ

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.