thumbnail

Kohli's 35th Birthday: ସ୍ମୋକ୍‌ ଆର୍ଟରେ ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କଟକ ପୁଅ ଦୀପକ

By ETV Bharat Odisha Team

Published : Nov 5, 2023, 11:07 PM IST

Updated : Nov 6, 2023, 6:52 AM IST

କଟକ: କ୍ରିକେଟ ଜଗତର ବାଦଶାହ ତଥା ଟିମ୍‌ ଇଣ୍ଡିଆର ଷ୍ଟାର୍‌ ବ୍ୟାଟର ବିରାଟ କୋହୋଲିଙ୍କର ୩୫ତମ ଜନ୍ମଦିନ । ଏହି ଅବସରରେ ସ୍ମୋକ୍‌ ଆର୍ଟରେ ବିରାଟଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି କଟକର ପୁଅ । 35 ବର୍ଷରେ ପାଦ ଥାପିବା ପରେ ଆଜି ଏକ ରୋମାଞ୍ଚକର ଶତକ ସହ ବିଜୟୀ ହୋଇଛି ଭାରତ । ଯେଉଁଥିରେ ବିରାଟ କୋହଲିଙ୍କ ଅପରାଜିତ ଶତକ ବେଶ ବଡ଼ ଉପଲବ୍ଧି । ଏପରି ସ୍ଥଳେ ସାରା ବିଶ୍ୱରେ କୋହଲିଙ୍କ ଜନ୍ମ ଦିନ ପାଳନ ହେଉଥିବା ବେଳେ କଟକରେ ନିଆରା ଭାବରେ ପାଳନ ହୋଇଛି ଜନ୍ମଦିନ । ସ୍ମୋକ ଆର୍ଟ ବା ଧୂଆଁର ରଙ୍ଗରେ ବିରାଟଙ୍କ ଏକ ସ୍ଵତନ୍ତ୍ର ପ୍ରତିଛବି ଆଙ୍କିଛନ୍ତି ସ୍ମୋକ୍‌ ଆର୍ଟିଷ୍ଟ ଦୀପକ ବିଶ୍ୱାଳ । ପୂର୍ବରୁ ଅନେକ ସ୍ମୋକ୍‌ ଆର୍ଟ କରି ଅନେକ ପ୍ରଶଂସା ସାଉଁଟିଛନ୍ତି ସେ । ଆଉ ଆଜି ବିରାଟଙ୍କୁ ସ୍ମୋକ୍‌ ଆର୍ଟରେ ଶୁଭେଚ୍ଛା ଜଣାଇ କଟକ ପାଇଁ ଏକ ଗର୍ବ ଗୌରବ ଆଣିଛନ୍ତି ।  

ଏହା ମଧ୍ୟ ପଢନ୍ତୁ- Kohli's 35th Birthday: ବାଲୁକା କଳାରେ ବିରାଟଙ୍କୁ ଶୁଭେଚ୍ଛା, ସଫଳତା କାମନା କଲେ ସୁଦର୍ଶନ

ଇଟିଭି ଭାରତ, କଟକ

Last Updated : Nov 6, 2023, 6:52 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.