ମାଉଣ୍ଟ ଏଲବ୍ରସ ଗିରିଶୃଙ୍ଗ ଚଢିଲେ ସିଦ୍ଧାର୍ଥ, ଫୁଙ୍କିଲେ ଶଙ୍ଖ

By

Published : May 4, 2023, 10:09 PM IST

thumbnail

ଭୁବନେଶ୍ବର: ଋଷର ମାଉଣ୍ଟ ଏଲବ୍ରସ ଗିରିଶୃଙ୍ଗ ଉପରେ ଶଙ୍ଖ ଫୁଙ୍କିଲେ ସିଦ୍ଧାର୍ଥ ରାଉତରାୟ । ଋଷର ସବୁଠୁ ଗିରିଶୃଙ୍ଗ ମାଉଣ୍ଟ ଏଲବ୍ରସର ଉଚ୍ଚତା ୫୬୪୨ ମିଟର ତଥା ୧୮ ହଜାର ୫୧୦ ଫୁଟ୍ । କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ପାହାଡର ଶିଖରରେ ପହଞ୍ଚିବା ପରେ ସେଠାରେ ସେ ସମ୍ବଲପୁର ସାର୍ଟ ସହ ଖୋର୍ଦ୍ଧା ଗାମୁଛା ସହ ନଜର ଆସିଥିଲେ । ଏଥିସହ ଲିଙ୍ଗରାଜଙ୍କ ପତାକା ଉଡାଇବା ସହ ତ୍ରିରଙ୍ଗା ଏବଂ ପାଇକ ପତାକା ଉଡାଇଥିଲେ । ୟୁରୋପ ମହାଦେଶର ସବୁଠୁ ଉଚ୍ଚ ପର୍ବତ ମାଉଣ୍ଟ ଏଲବ୍ରସ । ସେଠାରେ ପହଞ୍ଚିବା ପରେ ସିଦ୍ଧାର୍ଥ ରାଉତରାୟ ବିଭିନ୍ନ ପତାକା ଧରି ଫଟୋ ଉଠାଇଥିଲେ । ଗତବର୍ଷ ମେ ମାସରେ ମଧ୍ୟ ସିଦ୍ଧାର୍ଥ ରାଉତରାୟ ବିଶ୍ବର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭରେଷ୍ଟ ଚଢି ଚର୍ଚ୍ଚାରେ ଥିଲେ। 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.