ETV Bharat / technology

ଲଞ୍ଚ ପୂର୍ବରୁ ସାମ୍ନାକୁ ଆସିଲା iPhone SE 4 ଦାମ; ଜାଣନ୍ତୁ କଣ ମିଳିବ ଫିଚର - IPHONE SE 4 PRICE LEAKED

iPhone SE 4 ଆସନ୍ତା ବର୍ଷ ମାର୍ଚ୍ଚରେ ଭାରତୀୟ ବଜାରରେ ଲଞ୍ଚ ହେବ । ଯାହାର ଦାମ ସମ୍ପର୍କରେ କିଛି ତଥ୍ୟ ଲିକ୍‌ ହୋଇଛି । ଜାଣନ୍ତୁ...

iPhone SE 3
iPhone SE 3 (Photo- Apple)
author img

By ETV Bharat Tech Team

Published : Dec 31, 2024, 4:52 PM IST

ହାଇଦ୍ରାବାଦ: iPhone SE 4 ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି । କିନ୍ତୁ ଲଞ୍ଚ ହେବା ପୂର୍ବରୁ ଏହାର ଦାମ ସମ୍ପର୍କରେ ଜଣାପଡ଼ିଛି । ନିକଟରେ ଜଣେ ଟିପଷ୍ଟର ଏହାର ଦାମ ସମ୍ପର୍କରେ ସୂଚନା ଦେଇଛନ୍ତି । iPhone SE 4 ସ୍ମାର୍ଟଫୋନ ଆପଲ୍‌ ଇଣ୍ଟେଲିଜେନ୍ସ ସହିତ ଆସୁଥିବା ସବୁଠୁ ସୁଲଭ ମୂଲ୍ୟର ସ୍ମାର୍ଟଫୋନ ହେବାକୁ ଯାଉଛି ।

ଏହା ମଧ୍ୟ ଜଣାପଡ଼ିଛି ଯେ, କମ୍ପାନୀ SE ବ୍ରାଣ୍ଡିଂକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବ । ଏହା ବଦଳରେ କମ୍ପାନୀ iPhone 16 ଲାଇନ୍‌ଅପ୍‌ରେ SE 4କୁ ସାମିଲ କରିବ । ଏହି ଚର୍ଚ୍ଚା ସେତେବେଳେ ହୋଇଥିଲା ଯେତେବେଳେ iPhone SE 4ରେ iPhone 16ର ଅନେକ ଫିଚର ଦିଆଯାଇଛି । ଏଥିରେ କ୍ୟାମେରା ଓ ଡିସପ୍ଲେ ସ୍ପେକ୍ସ ସାମିଲ ।

କେତେ ହୋଇପାରେ iPhone SE 4ର ଦାମ

କୋରିଆ ଆଉଟଲେଟ୍ Naverର ଏକ ରିପୋର୍ଟ ଅନୁଯାୟୀ ନୂଆ ଆଇଫୋନ୍ SE 4 $500 ଅର୍ଥାତ୍ ପ୍ରାୟ 42,700 ଟଙ୍କା କିମ୍ବା ତା’ଠାରୁ କମ୍ ମୂଲ୍ୟରେ ଲଞ୍ଚ ହୋଇପାରେ । ତେବେ ଏହି ସୂଚନା ଜାପାନର ଏକ ଅଜଣା ଜାପାନିଜ କ୍ୟାରିଅର (ଲିକ୍‌ ତଥ୍ୟ ଦେଉଥିବା ବ୍ୟକ୍ତି)ଠାରୁ ଆସିଛି । ପୂର୍ବରୁ ମଧ୍ୟ ଆଇଫୋନ୍ SE 4ର ଦାମ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଥିଲା । ସେଥିରେ ଏହାର ମୂଲ୍ୟ $499 ରହିବ ବୋଲି କୁହାଯାଇଥିଲା । ଉଦାହରଣ ସ୍ବରୂପ, 2022 ମସିହାରେ ଭାରତରେ ଆଇଫୋନ୍ SE 3 ଲଞ୍ଚ କରାଯାଇଥିଲା, ଯାହାର ପ୍ରାରମ୍ଭିକ ମୂଲ୍ୟ 43,900 ଟଙ୍କା ଥିଲା ଏବଂ ଆମେରିକାରେ ଏହାର ମୂଲ୍ୟ 429 ଡଲାର ଅର୍ଥାତ୍ ପ୍ରାୟ 36,700 ଟଙ୍କା ଥିଲା । ଏହି ତଥ୍ୟକୁ ଦେଖିଲେ ଯଦି ଆଇଫୋନ୍ SE 4 ଫୋନ୍ 49,900 ଟଙ୍କା ମୂଲ୍ୟରେ ଭାରତରେ ଲଞ୍ଚ ହୋଇପାରେ ।

iPhone SE 4ର ସ୍ପେଶିଫିକେସନ ଓ ଫିଚର

  • ଆଇଫୋନ୍ SE 4 ଏହାର ପୁରୁଣା ମଡେଲ୍ ତୁଳନାରେ ଏକ ବଡ ଅପଗ୍ରେଡ୍ ବୋଲି ପ୍ରମାଣ କରିବାକୁ ଯାଉଛି । ଏହା ହୁଏତ ଆଇଫୋନ୍ XR କିମ୍ବା ଆଇଫୋନ୍ 12 ପରି ଏକ ଡିଜାଇନ ପାଇପାରେ । ଯାହାଦ୍ବାରା ବ୍ୟବହାରକାରୀ ଏକ ଆଧୁନିକ ଅଭିଜ୍ଞତା ପାଇବେ । ଏଥିରେ 6.06 -ଇଞ୍ଚର OLED ଡିସପ୍ଲେ ରହିବ, ଯାହା 4.7 -ଇଞ୍ଚର LCD ଠାରୁ ବଡ ହେବ । ଫଳରେ ଏହି ସ୍ମାର୍ଟଫୋନଟି ଆପଲ୍‌ର ପ୍ରିମିୟମ ମଡେଲ ସହିତ ସମାନ ହୋଇପାରେ ।
  • ଅନ୍ୟ ଏକ ପ୍ରମୁଖ ପରିବର୍ତ୍ତନ ହେଉଛି ଟଚ୍ ଆଇଡି ହୋମ୍ ବଟନ୍ ପରିବର୍ତ୍ତେ ଫେସ୍ ଆଇଡିକୁ ଯିବା, ଯାହା ବେଜେଲ‌୍‌କୁ ପତଳ କରିବ । ଏହା ମଧ୍ୟ ଜଣାପଡ଼ିଛି ଯେ SE 4 ଏହାର ଷ୍ଟାଣ୍ଡାର୍ଡ ଆଇଫୋନ 16 ସହିତ ସମାନ ସ୍କ୍ରିନ୍ ସାଇଜ୍ ଏବଂ ଫୁଲ୍ ସ୍କ୍ରିନ୍ ଡିଜାଇନ୍ ସହିତ ଆସିପାରେ ।
  • ଏହାର ପ୍ରୋସେସର୍ ବିଷୟରେ କହିବାକୁ ଗଲେ, A18 ଚିପସେଟ୍ SE 4ରେ ବ୍ୟବହୃତ ହେବ, ଏହା 4GBରୁ 8GB RAMକୁ ଅପଗ୍ରେଡ୍ ହେବ । ଯାହାଦ୍ବାରା ଏହାର କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି ପାଇବ । ଏହି ଅପଗ୍ରେଡ୍ ଫୋନରେ ମଲ୍ଟିଟାସ୍କିଂରେ ଉନ୍ନତି ଆଣିପାରେ ଏବଂ ଆପଲ୍‌ର ଲାଟେଷ୍ଟ AI ଏବଂ ମେସିନ୍ ଲର୍ଣ୍ଣିଂ ଫିଚର ସହ ଚାହିଦା ଥିବା ଆପ୍‌କୁ ସମର୍ଥନ କରିବ ।
  • ଏହି ଫୋନକୁ 128GB ଷ୍ଟୋରେଜ ଯୋଗାଇ ଦିଆଯାଇପାରେ । ଏହା ବ୍ୟତୀତ ଏହାର କ୍ୟାମେରା ସିଷ୍ଟମରେ ମଧ୍ୟ ଉନ୍ନତି କରାଯାଇଛି । ନୂତନ SE 4 ଆଇଫୋନ୍ 16 ପରି 48MP ରିଅର କ୍ୟାମେରା ସହିତ ଆସିପାରେ, ଯାହା ଆପଲ୍‌ର ବଜେଟ୍ ଅନୁକୂଳ ଲାଇନ୍ଅପ୍ ପାଇଁ ଏକ ବଡ ଅପଗ୍ରେଡ୍ । ଉନ୍ନତ "ଫ୍ୟୁଜନ୍" ଲେନ୍ସ ବିନା ହିଁ ଏହା ଉଚ୍ଚ-ଗୁଣାତ୍ମକ ମାନକ ଏବଂ 2x ଜୁମ୍ ଫଟୋ ସକ୍ଷମ କରିଥାଏ ।
ଏହା ବି ପଢନ୍ତୁ
  1. Appleର ସବୁଠୁ ଶସ୍ତା ଆଇଫୋନ ତଥ୍ୟ ଲିକ୍‌; ଜାଣନ୍ତୁ କେବେ ହେବ ଲଞ୍ଚ
  2. ଲକ୍ଷ ଲକ୍ଷ iPhone ୟୁଜରଙ୍କୁ ଆପଲ୍‌ର ବଡ଼ ଉପହାର; ଲଞ୍ଚ ହେଲା iOS 18.2

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.