ଭୁବନେଶ୍ୱର: ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଉତ୍ସାହିତ ରାଜଧାନୀବାସୀ । ଆଉ କିଛି ଘଣ୍ଟା ପରେ ଆରମ୍ଭ ହୋଇଯିବ ଜିରୋ-ନାଇଟ୍ ସେଲିବ୍ରେସନ । ଶାନ୍ତି ଶୃଙ୍ଖଳାର ସହ ସେଲିବ୍ରେସନ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ନିର୍ଦ୍ଦେଶନାମା । କଡାକଡି ପାଳନ କରିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ ।
- ଜିରୋ ନାଇଟରେ ଜିରୋ ଟଲେରାନ୍ସ ନୀତି:
ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ କହିଛନ୍ତି,‘‘ଏହି ସମୟରେ ଭାରି ମାତ୍ରାରେ ଲୋକେ ଘରୁ ବାହାରିଥାନ୍ତି । ଏନେଇ ସେମାନଙ୍କର ସୁରକ୍ଷା ଦୃଷ୍ଟିରୁ ଆମେ ବ୍ୟାପକ ଆୟୋଜନ କରିଛୁ । ଏଥିପାଇଁ ଲୋକଙ୍କୁ ଅନୁରୋଧ କରୁଛୁ ସେମାନେ ଗଣ୍ଡଗୋଳ କରନ୍ତୁ ନାହିଁ ମଦ୍ୟପାନ କରି ଗାଡି ଚଳାନ୍ତୁ ନାହିଁ । ଏନେଇ ଆମେ ଜିରୋ-ଟଲେରାନ୍ସ ପଲିସି ନୀତି ଆପଣାଇଛୁ । ଏପରି ନ ହେଉ କି ସେଲିବ୍ରେସନ୍ କରିବାକୁ ଆସି ଯେପରି କଠୋର ଅନୁଭବ ନକରନ୍ତୁ । ସେନେଇ ଆମେ ଏକ ସ୍ବତନ୍ତ୍ର ଗାଇଡ ଲାଇନ ଜାରି କରିଛୁ । ଯେଉଁଠି ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ନ କରିବା ସହ ଲୋକଙ୍କ ଭିତରେ ପାଟିତୁଣ୍ଡ ନ କରିବା ସହ କିପରି ପାର୍ଟି ଓ ଇଭେଣ୍ଟ ରେ ଶାନ୍ତି ବଜାୟ ରଖିବେ ସେନେଇ ନିର୍ଦୃଶନାମା ଜାରି କରାଯାଇଛି ।’’
ସଭାଘର, ସମ୍ମିଳନୀ କକ୍ଷ, ସାର୍ବଜନୀକ ଭବନ, ପ୍ରୀତି ଭୋଜନ କକ୍ଷ ଭଳି ଆବଦ୍ଧ ପରିସରରେ ରାତି ୧୨.ଟା ପର୍ଯ୍ୟନ୍ତ, ଏବଂ ଖୋଲା ସ୍ଥାନରେ ରାତ୍ରି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ପାଇଁ ଅନୁମତି ନେଇ ମାଇକ ବା ଲାଉଡ ସ୍ପିକର ବ୍ୟବହାର କରିପାରିବେ ।
ଏନେଇ ଅନୁମତି ଅନୁସାରେ ୬୫ ଡେସିବଲ ପର୍ଯ୍ୟନ୍ତ ଶଦ୍ଦ ସୃଷ୍ଟି ହେଲାଭଳି ପର୍ଯନ୍ତ ନିୟମ ର ପାଳନ କରିବେ ନଚେତ ନିୟାମବଳି ଉଲଙ୍ଘନ ନେଇଇ ପୋଲିସ ଆକ୍ସନ ନେବ ।
ସ୍କୁଲ ଓ କଲେଜ ବା ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ କୋର୍ଟ ଆଦି ପାଖାପାଖି ଅଂଚଳର 100 ମିଟର ପରିସୀମା ମଧ୍ୟରେ କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବାଦ୍ୟଯନ୍ତ୍ରର ବ୍ୟବହାର କରି ପାରିବେ ନାହିଁ ।
ସାସ୍କୃତିକ କାର୍ଯ୍ୟକ୍ରମରେ ଫୋକସ, ଫ୍ଲାସ, ଶାର୍ପି, ବିକନ ଭରୀ ଭାରି ଆଲୋକ ସୃଷ୍ଟିକାରି ଆଲୁଅ ବା ଲାଇଟ ବ୍ୟବହାର କରି ପାରିବେ ନାହିଁ ।
ବାଣ ଫୁଟାଇବା ବା ଆତସବାଜି ପ୍ରଦର୍ଶନ ପାଇଁ କେବଳ 12ଟା ବାଜିବାକୁ ଥିବା ପାଞ୍ଚ ମିନିଟ ପୁର୍ବରୁ ଓ 12 ଟା 30 ପର୍ଯନ୍ତ ଲୋକଙ୍କ ଉତ୍ସାହ ଦେଖି ହାଇକୋର୍ଟ ଆଦେଶ ଅନୁସାରେ ପାଳନ କରିବେ । ତାହା ୧୨୫ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ବ୍ୟବହାର କରିପାରିବେ ନାହି କେବଳ କିମ୍ବା ଚାଇନା ବାଣର ବ୍ୟବହାର ସଂପୂର୍ଣ୍ଣ ନିଷିଦ୍ଧ । ସବୁଜ ବାଣ ବ୍ୟବହାର କରିବେ ।
ସେହିପରି ପୁର୍ବରୁ ରହିଥିବା ନିୟମ ଅନୁସାରେ କୋୖଣସି ପାର୍ଟି ବା ଇଭେଣ୍ଟ ସ୍ଥଳରେ କେବଳ ପଞ୍ଜୀକୃତ ସିକ୍ୟୁରିଟି ସଂସ୍ଥାରୁ ଗାର୍ଡମାନଙ୍କୁ ଆଣି ସୁରକ୍ଷା ଓ ଶୃଙ୍ଖଳାର ସହିତ କାର୍ଯ୍ୟକ୍ରମରେ ନିୟୋଜିତ କରିବେ । ସନ୍ଧ୍ୟା 6ଟାରୁ ରାତ୍ର 2ଟା ପର୍ଯ୍ୟନ୍ତ ସହରରେ ଚେକିଂ ଜୋରସୋର ହେବ । ଏନେଇ ସହରରେ 29 ଟି ସ୍ଥାନରେ ସହରରେ ଅସାମାଜିକ ତତ୍ତ୍ବକୁ ଦୃଷ୍ଟିରେ ରଖି ପୋଲିସ ଚେକ ପୋଷ୍ଟ ଅନ୍ୟାନ୍ୟ ପାଟ୍ରୋଲିଂ କରି ନଜର ରଖିବ ।
18ଟି ସ୍ଥାନରେ ପୋଲିସ ଚେକ୍ ପୋଷ୍ଟ ସ୍ଥାପନ କରିଛି । ବ୍ରେଥ ଆନାଲାଇଜର ଲଗାଇ ମଦ ପିଇ ଗାଡି ଚାଲାଉଥିଲେ ଚେକିଂ କରି ଆକ୍ସନ ନେବ । ସେନେଇ ସହରବାସୀଙ୍କୁ ସତର୍କ କରାଯାଇଛି ମଦ ପିଇ ଗାଡି ନଚଳାଇବା ପାଇଁ ଅନୁରୋଧ କରାଯାଇଛି । ସହରରେ ପ୍ରମୁଖ ଛକ ଖଣ୍ଡଗିରି,ରସୁଲଗଡ ,କଳ୍ପନା ଓ ମାଷ୍ଟରକ୍ୟାଣ୍ଟିନରେ କୁଇକ୍ ରେସପନ୍ସ ଟିମ୍ ମୁତୟନ ହେବ ।
ଗହଳ ଚହଳ ଅଞ୍ଚଳ ଓ ଲୋକଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ନାଲକୋ ଛକ ଓ ବାଣିବିହାର ଛକ ଓ ମାଷ୍ଟରକ୍ୟାଣ୍ଟିନ ଛକରେ ତିନୋଟି ସ୍ପେଶାଲ ଫୋର୍ସ ମୁତୟନ ରହିବେ । ନୂଆ ବର୍ଷ ଦିନ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବା ପିକନିକ ସ୍ପଟ୍ ଯେପରିକି ନନ୍ଦନକାନନ, ଡେରାସ, ଝୁମୁକା, ଧଉଳି,ଲିଙ୍ଗରାଜ ମନ୍ଦିର ଓ ଖଣ୍ଡଗିରି ପାହାଡ ଆଦି ଅଞ୍ଚଳରେ ପୋଲିସ ମୁତୟନ ରହିବେ ।
ରାଜଧାନୀର ନିକୋ ପାର୍କ ,ଏକାମ୍ର ପାର୍କ ,ବିଜୁପଟ୍ଟନାୟକ ପାର୍କ, ଇମ୍ଫା ପାର୍କ, ନେହୁରୁ ପାର୍କ, ଜଗଜୀବନ ପାର୍କ, ବୋଟାନିକାଲ ଗାର୍ଡେନ ,ନନ୍ଦନକାନନ, ମୁଖାର୍ଜୀ ପାର୍କ, ଆଇଜି ପାର୍କ ଓ ସାଇନ୍ସ ପାର୍କ ସମେତ ଗୋୖତମ ବୁଦ୍ଧ ପାର୍କ ଓ ମହାତ୍ମା ଗାନ୍ଧୀ ପାର୍କ, ଶିଖରଚଣ୍ଡୀ ମନ୍ଦିର ପାହାଡ ଓ ମୁଣ୍ଡିଆ ଉପରେ ସାଧା ପୋଷାକରେ ପୋଲିସ ମୁତୟନ ରହିବେ ।
ସଚେତନ ନାଗରିକ ଭାବେ ନିଜର କର୍ତ୍ତବ୍ୟ ପାଳନ କରନ୍ତୁ
ଇଟିଭି ଭାରତ, ଭୁବନେଶ୍ବର