Bahuda Yatra 2023: ଶ୍ରୀଜିଉଙ୍କୁ ଦେଖି ଆତ୍ମବିଭୋର ଶ୍ରୀମନ୍ଦିର

By

Published : Jun 28, 2023, 8:12 PM IST

thumbnail

ପୁରୀ: ଜନ୍ମବେଦୀରୁ ବାହୁଡ଼ିଲେ ଶ୍ରୀଜିଉ । ନବଦିନାତ୍ମକ ଲୀଳାଖେଳା ସାରି ଭାଇଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀକୁ ଆସିଲେ ମହାବାହୁ । ମହାପ୍ରଭୁଙ୍କ ଫେରିବା ବାଟକୁ ଚାହିଁ ବସିଥିଲା ସିଂହଦ୍ବାର । ବଡ଼ଦାଣ୍ଡରେ ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ଗଡ଼ିବା ପରେ ହସି ଉଠିଛି ନୀଳାଚକ୍ର । ନୀଳାଦ୍ରିନାଥଙ୍କୁ ସ୍ବାଗତ କରିବା ପାଇଁ ଫରଫର ହୋଇ ଉଡୁଛି ପତିତପାବନ ବାନା । ସେପଟେ ମହାପ୍ରଭୁଙ୍କ ଆଗମନରେ ଲହଡ଼ି ଭାଙ୍ଗୁଛି ସମୁଦ୍ର । ନୀଳାଚଳିଆର ଚକାଆଖି ଦେଖି ପୁଣି ଥରେ ପବିତ୍ର ହୋଇ ଉଠିଛି ମହୋଦଧି । ଖୁସିରେ ନାଚି ଉଠୁଛି ଶ୍ରୀକ୍ଷେତ୍ର ମାଟି । ହରିବୋଲ, ହୁଳହୁଳିରେ ଚଉଦିଗ ପ୍ରକମ୍ପିତ ହୋଇ ଉଠୁଛି । ରଥରେ ଭାବର ଠାକୁରଙ୍କୁ ଦେଖି କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ । ଦୁଇ ହାତ ଉପରକୁ ଟେକି ଉଚାରୁଛନ୍ତି ଜୟ ଜଗନ୍ନାଥ । ଆହାଃ.... କି ମନଲୋଭା ଦୃଶ୍ୟ ।  ଏ ଦୃଶ୍ୟ କେବଳ, ଭକ୍ତି, ଭକ୍ତ ଆଉ ପ୍ରେମର କଥା କହୁଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.