ଇସ୍ତାଫା ପ୍ରସଙ୍ଗ: କର୍ମୀଙ୍କ ଧାରଣାସ୍ଥଳରେ ପହଞ୍ଚିଲେ ଶରଦ ପାଓ୍ବର

By

Published : May 4, 2023, 6:08 PM IST

thumbnail

ମମ୍ବାଇ: ଇସ୍ତଫା ଫେରାଇ ନେବାକୁ ନିବେଦନ କରି ଧାରଣାରେ ବସିଥିବା କର୍ମୀଙ୍କ ଗହଣରେ ପହଞ୍ଚିଛନ୍ତି ଏନସିପି ପ୍ରତିଷ୍ଠାତା ମୁଖ୍ୟ ଶରଦ ପାଓ୍ବର । ଶରଦଙ୍କ ଇସ୍ତଫା ଘୋଷଣା କରିବା ପରେ ଦଳର କାର୍ଯ୍ୟକର୍ତ୍ତା ଓ କର୍ମୀ ଏହାକୁ ଗ୍ରହଣ କରିପାରୁ ନାହାନ୍ତି । ସେ ଇସ୍ତଫା ସମ୍ପର୍କରେ ପୁନଃବିଚାର କରନ୍ତୁ ଓ ଦାୟିତ୍ବ ଗ୍ରହଣ କରନ୍ତୁ ବୋଲି ଦଳୀୟ ନେତା ଓ କର୍ମୀମାନେ ଦାବି କରୁଛନ୍ତି । ଏନେଇ ଆଜି ଧାରଣାସ୍ଥଳରେ ପହଞ୍ଚିଥିଲେ ନିଜେ ପାଓ୍ବର । କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଧାରଣା ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ । ଅଜିତ ପାଓ୍ବାରଙ୍କୁ ନେଇ ଏନସିପିରେ ଲାଗି ରହିଥିବା ଦ୍ବନ୍ଦ୍ବ ମଧ୍ୟରେ ହଠାତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ପଦରୁ ଇସ୍ତଫା ଘୋଷଣା କରିଥିଲେ ପାଓ୍ବାର । ପରେ ଦଳର ନିବେଦନ କ୍ରମେ 2ରୁ 3 ଦିନ ସମୟ ନେଇ ନିଜ ଇସ୍ତଫା ନିଷ୍ପତ୍ତି ସମ୍ପର୍କରେ ପୁନଃସମୀକ୍ଷା କରି ସ୍ପଷ୍ଟ କରିବେ ବୋଲି ଦଳକୁ ଆଶ୍ବସନା ଦେଇଛନ୍ତି । ଶରଦଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.