thumbnail

By

Published : Jul 15, 2023, 10:41 PM IST

ETV Bharat / Videos

ମରିଗଲା ମାନବିକତା: ବନ୍ୟାପାଣିରେ ଭାସିଗଲେ ଯୁବକ, ବଞ୍ଚାଇବା ପରିବର୍ତ୍ତେ ଭିଡ଼ିଓ ରେକର୍ଡ କଲେ ଲୋକେ

ଚଣ୍ଡିଗଡ଼: ବନ୍ୟାପାଣିରେ ବୁଡ଼ି ଯାଇ ସାହାଯ୍ୟ ମାଗୁଛନ୍ତି ଯୁବକ, ହେଲେ ଯୁବକଙ୍କୁ ବଞ୍ଚାଇବା ପରିବର୍ତ୍ତେ ବ୍ରିଜ ଉପରେ ଠିଆ ହୋଇ ଲୋକେ ଭିଡ଼ିଓ ରେକର୍ଡିଂ କରୁଛନ୍ତି । ବୁ଼ଡ଼ି ଯାଉଥିବା ଯୁବକଙ୍କୁ ବଞ୍ଚାଇବାକୁ କେହି ଚେଷ୍ଟା କଲେନାହିଁ । ପଞ୍ଜାବର ଫିରୋଜପୁରରେ ଅମାନବିକତାର ଏକ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଫିରୋଜପୁର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସତଲେଜ ନଦୀରେ ବନ୍ୟା ଆସିଛି ।  ଏହି ସମୟରେ ଜଣେ ଯୁବକ କାମ ସାରି ଘରକୁ ଫେରୁଥିବା ସମସୟରେ ହଠାତ ତାଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ । ନଦୀର ପ୍ରଖର ଜଳସ୍ରୋତରେ ସେ ଭାସିଯାଇଥିଲା । ବ୍ରିଜ ପାଖରେ ଥିବା କିଛି ଲୋକ ଯୁବକ ଜଣକ ଭାସିଯାଉଥିବା ଦେଖିବାକୁ ପାଇଥିଲେ । ମାତ୍ର ତାଙ୍କୁ ବଞ୍ଚାଇବା ପରିବର୍ତ୍ତେ ତାଙ୍କ ଭିଡ଼ିଓ ଭତ୍ତୋଳନ କରିଥିଲେ । ଫଳରେ ବନ୍ୟା ଜଳରେ ଭାସି ଯୁବକଙ୍କର ମୃତ୍ୟୁ ଘଟିଛି । ସେଠାରେ ଉପସ୍ଥିତ ଲୋକେ ଯଦି ଉଦ୍ଧାର କରିବାକୁ ଚେଷ୍ଟା କରିଥାନ୍ତେ । ତେବେ ସେ ବଞ୍ଚିଯାଇଥାନ୍ତେ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.