କେରଳ ରାଜ୍ୟପାଳଙ୍କୁ ପୁଣି ବିରୋଧ: ଗସ୍ତ ବେଳେ କଳା ପତାକା ଦେଖାଇଲା SFI - ଅରିଫ ମହମ୍ମଦ ଖାନ
🎬 Watch Now: Feature Video
Published : Dec 21, 2023, 10:46 PM IST
ଥିରୁଅନନ୍ତପୁରମ: ପୁଣି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିରୋଧ । ଆଜି ବିଳମ୍ବିତ ସଂଧ୍ୟାରେ ରାଜ୍ୟପାଳଙ୍କ ଏକ ଗସ୍ତ ସମୟରେ ରାଜଧାନୀ ଥିରୁଅନନ୍ତପୁରମରେ କଳାପତାକା ଦେଖାଇବା ସହ ନାରାବାଜି କରିଛନ୍ତି ଷ୍ଟଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ (SFI)ର କର୍ମୀ । ଗଭର୍ଣ୍ଣର ଗୋ ବ୍ୟାକ... ନାରା ଦେଇଛନ୍ତି ପ୍ରଦର୍ଶନକାରୀ । ପୋଲିସ ସ୍ଥିତି ନିୟନ୍ତ୍ରଣ କରିବା ସହ କିଛି ପ୍ରଦର୍ଶନକାରୀଙ୍କୁ ଥାନାକୁ ନେଇଛି । ତେବେ ଗତ କିଛି ମାସ ହେବ ରାଜ୍ୟରେ ସରକାର ଓ ରାଜଭବନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି ।
ଗତ 11 ତାରିଖରେ ରାତିରେ ରାଜ୍ୟପାଳଙ୍କ ଏକ କାର୍ଯ୍ୟକ୍ରମକୁ ଯିବାବେଳେ ଏସଆଇଏଫ ପକ୍ଷରୁ ବିରୋଧ କରାଯାଇଥିଲା । କେତେକ କର୍ମୀ ହାତରେ କଳାପତାକା ଧରି ରାଜ୍ୟପାଳଙ୍କ କାଫିଲା ସୁରକ୍ଷା ଭେଦ କରି ରାଜ୍ୟପାଳ ବସିଥିବା ଗାଡି ନିକଟରେ ପହଞ୍ଚିବାରେ ସଫଳ ହୋଇଥିଲେ । ସେମାନେ ରାଜ୍ୟାପାଳଙ୍କୁ ବିରୋଧ କରିବା ସହ ନାରାବାଜି କରିଥିଲେ । ଏପରିକି ସେମାନେ କାରକୁ ଧକ୍କା ମାରିବା ସହ ରାଜ୍ୟପାଳଙ୍କୁ ଭୟଭୀତ କରିବା ପାଇଁ ମଧ୍ୟ ଉଦ୍ୟମ କରିଥିଲେ । ଏଥିପାଇଁ ରାଜ୍ୟପାଳ ଖାନ ସିଧା ମୁଖ୍ୟମନ୍ତ୍ରୀ ବିଜୟନଙ୍କୁ ଦାୟୀ କରିଥିଲେ । ତାଙ୍କ ନିର୍ଦ୍ଦେଶରେ ଶାସନ ଦଳର କର୍ମୀ ଏସବୁ କରିଥିବା ରାଜ୍ୟପାଳ ଖାନ ଅଭିଯୋଗ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ