ବଜ୍ରାଘାତରେ ଆଦର୍ଶ ବିଦ୍ୟାଳୟର 17 ଛାତ୍ରଛାତ୍ରୀ ଗୁରୁତର

🎬 Watch Now: Feature Video

thumbnail

By

Published : Aug 12, 2023, 7:32 PM IST

କେନ୍ଦ୍ରାପଡା: ଗରଦପୁର ବ୍ଲକକୁ ଦାନଗରୀ ଆଦର୍ଶ ବିଦ୍ୟାଳୟରେ ଅଭାବନୀୟ ଘଟଣା । ବଜ୍ରପାତ ଘଟି ପ୍ରାୟ 17 ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପାଟକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସମସ୍ତେ ଗୁରୁତର ଆହତ ଛାତ୍ରଛାତ୍ରୀ ଷଷ୍ଠ ଶ୍ରେଣୀର । ସେମାନଙ୍କ ମଧ୍ୟରୁ 15 ଜଣ ଛାତ୍ରୀ ଓ 2ଜଣ ଛାତ୍ର ଅଛନ୍ତି । ପାଟକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆହତମାନେ ପହଁଞ୍ଚିଲା ପରେ ସେମାନଙ୍କର ଚିକିତ୍ସା କରାଯାଉଥିବା ଡାକ୍ତର ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ: ପୋଖରୀରେ ଗାଧୋଉଥିଲେ ଯୁବତୀ, ଉପରୁ ଖସିଲା ମୃତ୍ୟୁ

ସୂଚନା ଅନୁଯାୟୀ, କ୍ଲାସରୁମ ଉପରେ ଘଡଘଡି ପଡିବା ପରେ ବିଦ୍ୟୁତ୍ ସର୍ଟସର୍କିଟ ହୋଇଥିଲା । କ୍ଲାସରୁମରେ କିଛି ଛାତ୍ରଛାତ୍ରୀ ଚେତା ହରାଇଥିବା ବେଳେ ଅନ୍ୟ କିଛି ଛାତ୍ରଛାତ୍ରୀଙ୍କର ମୁଣ୍ଡ ବୁଲେଇବା ସହ ବାନ୍ତି ହେବା ଲକ୍ଷଣ ଦେଖଯାଇଥିଲା । ପ୍ରଥମେ ସେମାନଙ୍କୁ ପାଟକୁରା ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । 

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.