ଘରବାଡି ପଟ୍ଟା ପାଇଁ ଲାଞ୍ଚ ନେଉଥିଲେ ବରିଷ୍ଠ ରାଜସ୍ୱ ସହାୟକ, ମାଡି ବସିଲା ଭିଜିଲାନ୍ସ - ଗିରଫ ହେଲେ ବରିଷ୍ଠ ରାଜସ୍ୱ ସହାୟକ

🎬 Watch Now: Feature Video

thumbnail

By

Published : May 13, 2023, 9:53 AM IST

ବ୍ରହ୍ମପୁର: ଘରବାଡି ପଟ୍ଟା ପାଇଁ ଟଙ୍କା ନେଉଥିଲେ ସରକାରୀ ମାଡାମ । ମାଡିବସିଲା ଭିଜିଲାନ୍ସ ଟିମ୍‌ । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡି ଗିରଫ ହେଲେ ବରିଷ୍ଠ ରାଜସ୍ୱ ସହାୟକ । ଗଞ୍ଜାମ ଜିଲ୍ଲାର ଛତ୍ରପୁର ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟିକା ସ୍ଵାତୀ ସୁଚିତ୍ରା ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ । ଭି. ଦିଲ୍ଲୀପ କୁମାର ତାଙ୍କ ନାମରେ ଅଭିଯୋଗ କରିଥିଲେ । 

ସୂଚନାନୁଯାୟୀ ଅଭିଯୋଗକାରୀ ଜଣକ ପୂର୍ବରୁ ଏକ ପଟ୍ଟା ପାଇବା ପାଇଁ ଏକ ହଜାର ଟଙ୍କା ଦେବା ପରେ ଏହି ଘରବାଡି ପଟ୍ଟା ପ୍ରଦାନ ପାଇଁ ପାଞ୍ଚ ହଜାର ଟଙ୍କା ଦାବି କରିଥିଲେ । ଏପରିକି ଦିଲ୍ଲୀପ ଦୀର୍ଘ ଦିନ ଧରି ପଟ୍ଟା ପାଇଁ ଗିରଫ ରାଜସ୍ୱ ସହାୟକ ଜଣଙ୍କ ପାଖକୁ ଏବଂ ତହସିଲ କାର୍ଯ୍ୟାଳୟ ଦୌଡିଦୌଡି ନୟାନ୍ତ ହେବା ପରେ ଭିଜିଲାନ୍ସକୁ ଖବର ଦେଇଥିଲେ l ଯାହାକି ପୂର୍ବରୁ ଅପେକ୍ଷା କରି ରହିଥିବା ବ୍ରହ୍ମପୁରର ଭିଜିଲାନ୍ସ ଟିମ୍‌ ଦିଲ୍ଲୀପଙ୍କଠାରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଚଢ଼ାଉ କରି ଗିରଫ କରିଥିଲା l ଛତ୍ରପୁର ତହସିଲ କାର୍ଯ୍ୟାଳୟରେ ବିନା ଅର୍ଥରେ କୌଣସି କାର୍ଯ୍ୟ ହୁଏ ନାହିଁ ବୋଲି ଅଭିଯୋଗ କରିଛନ୍ତି ଅଭିଯୋଗକାରୀ । 
 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.