ଶୈବପୀଠରେ ଗଞ୍ଜେଇ ଉପରେ ରୋକ ଗ୍ରହଣୀୟ ନୁହେଁ: ଦାମ ରାଉତ

By

Published : May 24, 2023, 11:11 PM IST

thumbnail

ଭୁବନେଶ୍ବର: ଏଣିକି ଶୈବପୀଠରେ ଗଞ୍ଜେଇ ବ୍ୟବହାର ଓ ସେବନକୁ ନିଷେଦ୍ଧ କରିଛି ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ଅବଗତ କରାଇଛି ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଏନେଇ ଚିଠି ଲେଖି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିର ପରିସରରେ ପ୍ରସାଦ ବାହାନାରେ ଆଉ ଚିଲମରେ ଗଞ୍ଜେଇ ଟାଣିବା ଚଳିବ ନାହିଁ । ରାଜ୍ୟର ସମସ୍ତ ଶୈବପୀଠରେ ଗଞ୍ଜେଇ ବ୍ୟବହାରକୁ ଓଡ଼ିଶା ସରକାର ବ୍ୟାନ୍‌ କରିଛନ୍ତି । ନିଜ ଅଞ୍ଚଳରେ ଥିବା ଶୈବପୀଠରେ ଗଞ୍ଜେଇ ବ୍ୟବହାରରେ ରୋକ ଲଗାଇବା ଲାଗି ପଦକ୍ଷେପ ନେବାକୁ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହାକୁ ପ୍ରଥମେ ବରିଷ୍ଠ ନେତା ତଥାଗତ ସତପଥୀ ଓ କଂଗ୍ରେସ ବିଧାୟକ ସୁର ରାଉତରାୟ ନିନ୍ଦା କରିଥିଲେ । ଆଜି ସମାନ କଥା ଦୋହରାଇଛନ୍ତି ବରିଷ୍ଠ ନେତା ଦାମ ରାଉତ । ଏଭଳି ନିଷ୍ପତ୍ତି ଆମ ସଂସ୍କୃତି ଓ ଧର୍ମୀୟ ଭାବନା ଉପରେ କୁଠାରଘାତ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.