ବରିଷ୍ଠ ନାଗରିକଙ୍କୁ ସରକାର ଦେଉ ନାହିଁନ୍ତି ସମ୍ମାନ: ବରିଷ୍ଠ ନାଗରିକ ସଂଘ
🎬 Watch Now: Feature Video
ସୁବର୍ଣ୍ଣପୁର: ବରିଷ୍ଠ ନାଗରିକମାନଙ୍କୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଯଥୋଚିତ ସମ୍ମାନ ଦେଉ ନଥିବା ଅଭିଯୋଗ ହୋଇଛି । ବୟସ ଗଡି ଯାଉଥିବା ବେଳେ ପ୍ରଶାସନ ପାଇଁ ବରିଷ୍ଠ ନାଗରିକମାନେ ଦିନକୁ ଦିନ ଅଲୋଡା ହୋଇ ଯାଉଛନ୍ତି । ବିଶେଷକରି ତୃଣମୂଳ ସ୍ତରରେ ମଧୁବାବୁ ପେନସନ ଯୋଜନାରେ ବି ବରିଷ୍ଠ ନାଗରିକମାନଙ୍କୁ ସାମିଲ କରାଯାଇ ପାରୁନାହିଁ । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଅନ୍ୟାନ୍ୟ ଚିକିତ୍ସାଳୟରେ ବରିଷ୍ଠ ନାଗରିକମାନଙ୍କୁ ପ୍ରାଧାନ୍ୟ ଦେଇ ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି । ସେହିପରି ଜିଲ୍ଲାର ଉନ୍ନୟନ ତଥା ବିକାଶ ମୂଳକ କାର୍ଯ୍ୟରେ ମାର୍ଗ ଦର୍ଶନ କରିବା ପାଇଁ ବି ଜିଲ୍ଲା ପ୍ରଶାସନ ପଚାରୁ ନଥିବା ଅଭିଯୋଗ କରିଛନ୍ତି । ତେବେ ଜିଲ୍ଲା ସ୍ତରୀୟ ସମସ୍ତ ସାମାଜିକ, ସାଂସ୍କୃତିକ ଓ ଆର୍ଥିକ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକମାନଙ୍କୁ ସାମିଲ କରିବା ପାଇଁ ଦାବି ଉଠିଛି । ଆଜି ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ ନାଗରିକ ସଂଘର ତୃତୀୟ ସାଧାରଣ ବୈଠକ ଆୟୋଜନ ଅବସରରେ ବରିଷ୍ଠ ନାଗରିକ ମାନେ ଜିଲ୍ଲା ପ୍ରଶାସନର କାର୍ଯ୍ୟରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର