ଆଡିଲେଡ୍ ଭଳି ଛୋଟ ଗ୍ରାଉଣ୍ଡରେ ୧୬୮ରନ୍ କମ ପଡିଲା କହିଲେ ତେନ୍ଦୁଲକର - ଟି୨୦ ବିଶ୍ବକପ
🎬 Watch Now: Feature Video
ହାଇଦ୍ରାବାଦ: ସେମିଫାଇନାଲରେ ଭାରତୀୟ ଟିମର ପରାଜୟକୁ ନେଇ ମୁହଁ ଖୋଲିଲେ ତେନ୍ଦୁଲକର । କହିଲେ ଭାରତ ନକ୍ ଆଉଟରୁ ବିଦା ହେବା କୋଟି କୋଟି ଭାରତୀୟ କ୍ରିକେଟ ପ୍ରଶଂସକଙ୍କୁ ନିରାଶ କରିଛି । ହେଲେ ଟିମ୍ ଇଣ୍ଡିଆର ଏହି ପରାଜୟକୁ ନେଇ ଅଧିକ ସମାଲୋଚନା କରିବା ଜରୁରୀ ନୁହଁ । କାରଣ ଭାରତ ଟି୨୦ ଫର୍ମାଟରେ ନମ୍ବର ୧ ମାନ୍ୟତାରେ ରହିଛି । ଏନେଇ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କହିଛନ୍ତି, "ସେମିଫାଇନାଲରେ ଇଂଲଣ୍ଡଠାରୁ ଭାରତ ପରାସ୍ତ ହେବା କୋଟି କୋଟି ଭାରତୀୟଙ୍କୁ ନିରାଶ କରିଛି । ଏଥିରେ ମୁଁ ମଧ୍ୟ ବ୍ୟକ୍ତିଗତ ଭାବରେ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ ନିରାଶ ରହିଛି । ଆଡିଲେଡ ଭଳି ଛୋଟ ଗ୍ରାଉଣ୍ଡରେ ୧୬୮ ଏକ ବଡ ଉପଯୁକ୍ତ ସ୍କୋର ନୁହେଁ । ନିର୍ଦ୍ଧାରିତ ୨୦ ଓଭରରେ ଭାରତ ପାଖାପାଖି ୧୯୦ ରନ କରିବାରେ ଥିଲା । ସବୁଠୁ ବଡ ନୈରାଶ୍ୟଜନକ କଥା ହେଲା ଟିମ୍ ଇଣ୍ଡିଆର ବୋଲିଂ ରଣନୀତି ଇଂଲଣ୍ଡ ବ୍ୟାଟରଙ୍କ ଆଗରେ ଫେଲ୍ ମାରିଲା । ଭାରତୀୟ ବୋଲର ୱିକେଟ ନେବାରେ ବିଫଳ ରହିଲେ । ଏମିତି ହାର୍ ଜିତ୍ ଲାଗି ରହିଥାଏ । ଭାରତୀୟ କ୍ରିକେଟର ଦୀର୍ଘ ଦିନ ଧରି ଭଲ ଖେଳିଆସୁଛନ୍ତି । ଟି୨୦ ଫର୍ମାଟରେ ଭାରତ ନମ୍ବର ୧ ମାନ୍ୟତାରେ ରହିଛି । ତେଣୁ ଏହି ଗୋଟିଏ ମ୍ୟାଚ ପାଇଁ ଟିମ୍ ଇଣ୍ଡିଆକୁ ସମାଲୋଚନା କରିବା ଉଚିତ୍ ନୁହଁ ।"
Last Updated : Feb 3, 2023, 8:32 PM IST