thumbnail

By ETV Bharat Odisha Team

Published : Sep 11, 2023, 4:09 PM IST

ETV Bharat / Videos

Vande Bharat Trial Run: ତାଳଚେରରେ ବନ୍ଦେ ଭାରତକୁ ସ୍ବାଗତ

ଅନୁଗୋଳ: ତାଳଚେର ରେଳ ଷ୍ଟେସନରେ ପହଞ୍ଚିଲା ବନ୍ଦେ ଭାରତ ଏକ୍ସପ୍ରେସ । ଆଜି ପୁରୀରୁ ଟ୍ରାଏଲ ରନ୍‌ ଆରମ୍ଭ କରିଥିବା ଏହି ଟ୍ରେନ୍‌ ଆସି ତାଳଚେର ରୋଡ଼ ରେଳ ଷ୍ଟେସନରେ ପହଞ୍ଚିଛି । ଯାହାକୁ ସମସ୍ତେ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି । ଏହି ଟ୍ରେନ ପୁରୀ ରେଳ ଷ୍ଟେସନରୁ ସକାଳ 9ଟା 30 ମିନିଟରେ ବାହାରିଥିବାବେଳେ ମଧ୍ୟାହ୍ନ 12ଟା 30 ମିନିଟ ସମୟରେ ଏହା ତାଳଚେରରେ ପହଞ୍ଚିଛି । ଆସିବା ସମୟରେ ଟ୍ରେନର ବେଗ ଘଣ୍ଟା ପ୍ରତି 120 କିଲୋମିଟର ରହିଥିଲା । ଆଗାମୀ ଦିନରେ ସୁନ୍ଦରଗଡ଼ ଜିଲ୍ଲା ସହ ଯୋଡ଼ି ହେବ ବନ୍ଦେ ଭାରତ ଏକ୍ସପ୍ରେସ ।

ଏହା ମଧ୍ୟ ପଢନ୍ତୁ...Vande Bharat Trial Run: ଓଡିଶାକୁ ମିଳିବ ଦ୍ବିତୀୟ ବନ୍ଦେ ଭାରତ, ପୁରୀରୁ ଟ୍ରାଏଲ ରନ ଆରମ୍ଭ

ସାଧାରଣ ଟ୍ରେନ୍ ତୁଳନାରେ ଏହା ବେଶ ଆରାମଦାୟକ ଅଟେ । ଏହି ଟ୍ରେନର ସବୁ କୋଚ୍‌ରେ ଏସି ରହିଛି । ଟ୍ରେନରେ ଜିପିଏସ୍‌ ଓ ଫାୟାର ସେନ୍ସର ଲଗାଯାଇଛି । ଏହି ଟ୍ରେନରେ ୱାଇଫାଇ ସୁବିଧା ମଧ୍ୟ ଉପଲବ୍ଧ । ଖାଦ୍ୟପାନୀୟ ପାଇଁ ଡିପ୍‌ ଫ୍ରିଜର ରଖାଯାଇଥିବାବେଳେ ଯାତ୍ରୀଙ୍କ ପାଖରେ ରହିଛି ମୋବାଇଲ୍ ଚାର୍ଜିଂ ପଏଣ୍ଟ । ଲଗେଜ୍‌ ରଖିବା ପାଇଁ ମଡ୍ୟୁଲାର୍‌ ରାକ୍ ମଧ୍ୟ କରାଯାଇଛି । ସେପ୍ଟେମ୍ବର 30 ତାରିଖରେ ଓଡ଼ିଶାରେ ଦ୍ବିତୀୟ ବନ୍ଦେ ଭାରତ ଟ୍ରେନ୍‌ ଚଳାଚଳ କରିବ । ପୁରୀରୁ ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୋଳ, ତାଳଚେର, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଦେଇ ରାଉରକେଲା ଯିବା ଦ୍ୱାରା ଏହି ଟ୍ରେନ ଯୋଗୁଁ ପଶ୍ଚିମ ଓଡ଼ିଶାବାସୀ ଅଧିକ ଉପକୃତ ହେବେ । 

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.