ସୁବର୍ଣ୍ଣପୁର ଲୋକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା, ପାରମ୍ପରିକ ଲୋକନୃତ୍ୟରେ ଝୁମିଲେ ଦର୍ଶକ

By ETV Bharat Odisha Team

Published : Jan 8, 2024, 1:00 PM IST

thumbnail

Second cultural evening of  subarnapur festival, ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଲୋକ ମହୋତ୍ସବ 'ସୁବର୍ଣ୍ଣ -2024' କୁ ମନଭରି ଉପଭୋଗ କରଛନ୍ତି ଜିଲ୍ଲାବାସୀ ।  ମହୋତ୍ସବର ଦ୍ବିତୀୟ ସାଂସ୍କୃତିକ ସଧ୍ୟାରେ ଦେଖଣାହାରୀ ମନୋରଞ୍ଜନର ଯେତିକି ମଜା ନେଇଥିଲେ,  ନିଜ ନିଜର ଲୋକ ନୃତ୍ୟ ପରିବେଷଣ କରି ସେତିକି ଉତ୍ସାହିତ ହୋଇଥିଲେ କଳାକାର l ଦ୍ଵିତୀୟ ସାଂସ୍କୃତିକ ସନ୍ଧ୍ୟା ଆରମ୍ଭ ପୂର୍ବରୁ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କ ସହିତ ନିମନ୍ତ୍ରିତ ଅତିଥିମାନେ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଓ ପଲ୍ଲିଶ୍ରୀ ମେଳା ବୁଲି ଦେଖିଥିଲେ । ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଜିଲ୍ଳାରୁ ଆସିଥିବା କଳାକାରମାନେ ନିଜ ନିଜ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପଶ୍ଚିମ ଓଡ଼ିଶାର ଲୋକ ବାଦ୍ୟ ଓ ଲୋକ ସଙ୍ଗୀତରେ ମୁଖରିତ ହୋଇ ପଡ଼ିଥିଲା ମହୋତ୍ସବର ପରିବେଶ। ରସରକେଲି , ମାଇଲାଜଡ, ଜୁଇଫୁଲ ,ଚୁଟକୁଚୁଟା, ଡାଲଖାଇ ଆଦି ଲୋକନୃତ୍ୟରେ ଦୁଲୁକି ଉଠିଥିଲା ରାମେଶ୍ୱର ଷ୍ଟାଡିୟମର ମୁକ୍ତ ମଞ୍ଚ । ଏହା ପରେ ବିଭିନ୍ନ ଜିଲ୍ଳାରୁ ଆସିଥିବା ସାଂସ୍କୃତିକ ଦଳ ସବୁ ନିଜ ନିଜର ଲୋକନୃତ୍ୟ ପରିବେଷଣ କରିଥିଲେ । ତେବେ ଆଜି ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବା ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ- ସୁବର୍ଣ୍ଣପୁର ଲୋକ ମହୋତ୍ସବ ସୁବର୍ଣ୍ଣ-2024 ଉଦଘାଟିତ

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.