ETV Bharat / state

BeMC କାର୍ଯ୍ୟାଳୟରେ ହାଇଡ୍ରାମା, BJDର ଦୁଇ କର୍ପୋରେଟର ଗୋଷ୍ଠୀ ମୁହାଁମୁହିଁ - CORPORATORS PROTEST

ପଦାରେ ପଡିଲା ଦଳୀୟ ଗୋଷ୍ଠୀ କନ୍ଦଳ । BeMC ଅଫିସରେ ହାଇଡ୍ରାମା । କମିଶନରଙ୍କ ବିରୋଧରେ ଗର୍ଜିଲେ ଗୋଟିଏ ଗୋଷ୍ଠୀ ।

ବ୍ରହ୍ମପୁର ମହାନଗର ନିଗମର ବୈଠକରେ ଦୁଇ କର୍ପୋରେଟର ଗୋଷ୍ଠୀ ମୁହାଁମୁହିଁ
ବ୍ରହ୍ମପୁର ମହାନଗର ନିଗମର ବୈଠକରେ ଦୁଇ କର୍ପୋରେଟର ଗୋଷ୍ଠୀ ମୁହାଁମୁହିଁ (ETV Bharat Odisha)
author img

By ETV Bharat Odisha Team

Published : Jan 29, 2025, 10:12 PM IST

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ (BeMC)ର ସାଧାରଣ ପରିଷଦ ବୈଠକରେ ହଟ୍ଟଗୋଳ । ଗତ କିଛି ମାସ ଧରି ବିଜେଡ଼ି କର୍ପୋରେଟରଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦ ଶେଷରେ ନିଗମ ବୈଠକରେ ପଦାରେ ପଡିଛି । ଦୁଇ ଗୋଷ୍ଠୀର କର୍ପୋରେଟର ବୈଠକରୁ ଆରମ୍ଭରୁ ହଟ୍ଟଗୋଳ କରିଥିଲେ । ଶେଷରେ ଏହି କନ୍ଦଳ ବୈଠକରେ ଅଚଳାବସ୍ଥା ସୃଷ୍ଟି କରିଥିଲା । କର୍ପୋରେଟରଙ୍କ ଗୋଟିଏ ଗୋଷ୍ଠୀ ନିଗମର କମିଶନରଙ୍କୁ ବିରୋଧ କରି ନାରାବାଜି କରିଥିଲେ । ଏହାକୁ ନେଇ ଜିଲ୍ଲାପାଳ, ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଲିଖିତ ଭାବରେ ଅବଗତ କରିଛନ୍ତି କମିଶନର ।

ବ୍ରହ୍ମପୁର ମହାନଗର ନିଗମର ବୈଠକରେ ଦୁଇ କର୍ପୋରେଟର ଗୋଷ୍ଠୀ ମୁହାଁମୁହିଁ (ETV Bharat Odisha)
  • ଦୁଇ କର୍ପୋରେଟ ଗୋଷ୍ଠୀ ମୁହାଁମୁହିଁ

ଆଜି (ବୁଧବାର) ନିଗମର ବୈଠକ ଆରମ୍ଭ ହେବା ପରେ ପ୍ରଥମେ ବ୍ରହ୍ମପୁର ମହାନଗର ନିଗମର ଷ୍ଟାଣ୍ଡିଂ କମିଟି ନିର୍ବାଚନକୁ ନେଇ ଦୁଇ କର୍ପୋରେଟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା । ବ୍ରହ୍ମପୁର ମହାନଗର ନିଗମର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ସାଧାରଣ ବୈଠକରେ ଅଧ୍ୟକ୍ଷତା କରୁଥିଲେ ମେୟର ସଂଘମିତ୍ରା ଦଳେଇ । ପ୍ରଥମେ ବୈଠକ ଏଜେଣ୍ଡା ପାଠ ପରେ ସହରର ୨୬ ନମ୍ବର ୱାର୍ଡର କର୍ପୋରେଟର ଧିରେଶ ସାବତ ଷ୍ଟାଣ୍ଡି କମିଟିର ନିର୍ବାଚନ କରିବା ନିମନ୍ତେ ଏକ ଲିଖିତ ପ୍ରସ୍ତାବ ମେୟରଙ୍କୁ ପ୍ରଦାନ କରିଥିଲେ । ଏହି ପ୍ରସ୍ତାବକୁ ଗୋଟିଏ ଗୋଷ୍ଠୀର କର୍ପୋରେଟରମାନେ ସମର୍ଥନ କରିଥିବା ବେଳେ ଅନ୍ୟ ଗୋଷ୍ଠୀର କର୍ପୋରେଟରମାନେ ଗୃହରେ ବିରୋଧ କରିଥିଲେ । ପ୍ରସ୍ତାବକୁ ସମର୍ଥନ କରୁଥିବା କର୍ପୋରେଟରମାନେ ନିଜ ଚେୟାରରୁ ଓହ୍ଲାଇ ତଳେ ବସି ପ୍ରସ୍ତାବକୁ ସମର୍ଥନ କରି ନିର୍ବାଚନ କରିବା ପାଇଁ ମେୟର ଓ କମିଶନରଙ୍କୁ କହିଥିଲେ । ଯାହାଫଳରେ ଦୁଇ କର୍ପୋରେଟର ଗୋଷ୍ଠୀ ମଧ୍ୟରେ ପ୍ରାୟ ୨୦ ମିନିଟ୍ ପର୍ଯ୍ୟନ୍ତ ହୋହାଲ୍ଲା ଚାଲିଥିଲା । କିଛି ସମୟ ଧରି ନିଗମର ପୁରାତନ ୧୦ ଗୋଟି ଷ୍ଟାଣ୍ଡିଂ କମିଟିକୁ ଭଙ୍ଗ କରି ନୂତନ କମିଟି ଗଠନ କରିବା ପାଇଁ ଦାବିକୁ ଯିଦ୍ ଧରିଥିଲେ ।

ବ୍ରହ୍ମପୁର ମହାନଗର ନିଗମର ବୈଠକରେ ଦୁଇ କର୍ପୋରେଟର ଗୋଷ୍ଠୀ ମୁହାଁମୁହିଁ
ବ୍ରହ୍ମପୁର ମହାନଗର ନିଗମର ବୈଠକରେ ଦୁଇ କର୍ପୋରେଟର ଗୋଷ୍ଠୀ ମୁହାଁମୁହିଁ (ETV Bharat Odisha)
  • ଧାରଣାରେ ବସିଲେ ମହିଳା କର୍ପୋରେଟର

ପରେ କିଛି ମହିଳା କର୍ପୋରେଟର ଉକ୍ତ ଦାବିକୁ କାର୍ଯ୍ୟକାରୀ କରିବାକୁ ଧାରଣାରେ ବସି ରହିଥିଲେ । ଏହାକୁ ନେଇ ଲିଖିତ ପ୍ରସ୍ତାବକୁ ରଖାଯାଇ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ରହିଥିବା ନିୟମ ଅନୁଯାୟୀ କାର୍ଯ୍ୟ ହେବ ବୋଲି ମେୟର ନିଜର ବିବୃତ୍ତି ରଖିବା ପରେ ଗୃହ ଶାନ୍ତ ପଡ଼ିଥିଲା । ଏହାପରେ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଆଲୋଚନା ହୋଇଥିଲା । ଆଉ ଶେଷରେ ନିଗମର ସଫେଇ କର୍ମଚାରୀଙ୍କ ବିଲ୍ ପ୍ରଦାନ କରାଯିବା ଘଟଣାକୁ ନେଇ କମିଶନରଙ୍କୁ କର୍ପୋରେଟର ପ୍ରଶ୍ନ କରିଥିଲେ । କର୍ପୋରେଟରଙ୍କୁ ନଜଣାଇ ବିଲ୍ ପାରିତ ହେବାକୁ ବିରୋଧ କରି ନିଗମର ଜଣେ କର୍ପୋରେଟର କମିଶନରଙ୍କୁ ଆକ୍ଷେପ କରି କହିବା ପରେ କମିଶନର ସମେତ ଅନ୍ୟ ଅଧିକାରୀମାନେ କକ୍ଷତ୍ୟାଗ କରିବାକୁ କହିଥିଲେ ।

ଏହା ମଧ୍ୟ ପଢନ୍ତୁ :-

ନବୀନଙ୍କୁ ଟପିଲେ ମୋହନ: 145 ଚୁକ୍ତିନାମା, 16.73 ଲକ୍ଷ କୋଟି ପୁଞ୍ଜି ପ୍ରସ୍ତାବ

ବୟନ, ପୋଷାକ ଶିଳ୍ପ ପାଇଁ 8 ଚୁକ୍ତି; ନିବେଶ ହେବ 7762 କୋଟି, 88 ହଜାର ନିଯୁକ୍ତି

  • କମିଶନରଙ୍କ ବିରୋଧରେ ଗୋଟିଏ ଗୋଷ୍ଠୀର ନାରାବାଜୀ

ଗୋଟିଏ ଗୋଷ୍ଠୀର କର୍ପୋରେଟ ନିଗମର କମିଶନରଙ୍କୁ ବିରୋଧ କରି ଗୃହରେ ନାରା ବାଜି କରିଥିଲେ । ଯାହାକି ବୈଠକରେ ବସି ରହିଥିବା କମିଶନର ନିଗମର ସଭାଗୃହ ମଧ୍ୟରୁ ବାହାରକୁ ଚାଲିଯାଇଥିଲେ । ଏହାପରେ କମିଶନର ବିରୋଧ କରିଥିବା କର୍ପୋରେ୍ଟରମାନେ ନିଗମର ମୁଖ୍ୟ ଫାଟକକୁ ବନ୍ଦ କରି ପୁଣିଥରେ ନିଗମର ବୈଠକ କରିବା ପାଇଁ ଦାବୀ କରି ନିଗମ କାର୍ଯ୍ୟାଳୟରେ ଦୀର୍ଘ ସମୟ ଧରି ଧାରଣାରେ ବସିରହିଥିଲେ । ବୈଠକରେ ଦୀର୍ଘ ସମୟ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ହୋ ହାଲ୍ଲା ହେବା ପରେ ଶେଷରେ ଗୋଟିଏ ଗୋଷ୍ଠୀ ବିଇଏମସି କମିଶନରଙ୍କୁ ସିଧାସଳଖ ଟାର୍ଗେଟ କରି କକ୍ଷତ୍ୟାଗ କରିବାକୁ କହିବା ସହିତ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ କର୍ପୋରେଟର ମାନଙ୍କ ଅଜାଣତରେ କମିଶନର ବିଲ ପାସ କରୁଥିବା ନେଇ ଅଭିଯୋଗ କରିଥିଲେ ।

  • ଗୃହ ଓ ନଗର ଉନ୍ନୟନ ବିଭାଗକୁ ଚିଠି ଲେଖିଲେ କମିଶନର

ବ୍ରହ୍ମପୁର ମହାନଗର ନିଗମର କମିଶନର ଭବାନୀ ଶଙ୍କର ମିଶ୍ର ଏହି ଘଟଣାକୁ ନେଇ ସେ ନିଗମର ମେୟର,ଗଞ୍ଜାମ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ରାଜ୍ୟ ସରକାରଙ୍କୁ ଲିଖିତ ଭାବରେ ଅବଗତ କରିଥିବା ଗଣମାଧ୍ୟମ ପ୍ରଶ୍ନରେ କହିଛନ୍ତି କମିଶନର । ନିଗମରେ ଆଲୋଚନା ଶେଷ ପରେ ଏହାକୁ ଯେପରି ଉଦ୍ଦେଶ୍ୟମୂଳକ ଭାବରେ ଧମକପୂର୍ଣ୍ଣ ଭାବରେ କରାଗଲା ତାହା ସମସ୍ତଙ୍କ ପାଇଁ ଅପମାନ ବୋଲି କହିବା ସହିତ ଯଦି କୌଣସି ବିଷୟ ଅବଗତ କରିବାର ଅଛି ତାହା ହେଲେ ସାମ୍ବିଧାନିକ ଉପାୟରେ କରିବାକୁ ସେ କହିଛନ୍ତି ।

ବ୍ରହ୍ମପୁର ମହାନଗର ନିଗମର ବୈଠକରେ ବିଜେଡିର ଦୁଇ କର୍ପୋରେଟର ଗୋଷ୍ଠୀ ମୁହାଁମୁହିଁ
ବ୍ରହ୍ମପୁର ମହାନଗର ନିଗମର ବୈଠକରେ ବିଜେଡିର ଦୁଇ କର୍ପୋରେଟର ଗୋଷ୍ଠୀ ମୁହାଁମୁହିଁ (ETV Bharat Odisha)
  • ୨୦୨୨ ମସିହାରୁ ଗଠିତ ହୋଇଛି ନିଗମର ବିଭିନ୍ନ ଷ୍ଟାଣ୍ଡି କମିଟି -

ଗତ ପୌର ନିର୍ବାଚନ ପରେ ଗତ ୨୦୨୨ ମସିହାରୁ ବ୍ରହ୍ମପୁର ମହାନଗର ନିଗମରେ ଗଠିତ ହୋଇଛି ବିଭିନ୍ନ ଷ୍ଟାଣ୍ଡି କମିଟି । ପ୍ରଥମେ ୨୦୨୨ ଓ ପରେ ୨୦୨୩ରେ ହୋଇଥିବା ଷ୍ଟାଣ୍ଡି କମିଟିର ଚେୟାରମେନ ଭାବେ ମେୟର ଓ କିଛି କର୍ପୋରେଟର ସମସ୍ତଙ୍କ ସମର୍ଥନରେ ରହିଥିଲେ । ବର୍ତ୍ତମାନ ୨୦୨୪ ଆର୍ଥିକ ବର୍ଷ କିଛି ମାସ ଚାଲିଥିବା ବେଳେ ଅଧାରୁ ଷ୍ଟାଣ୍ଡି କମିଟି ନିର୍ବାଚନ ପାଇଁ ଗୋଟିଏ ଗୋଷ୍ଠୀର କର୍ପୋରେଟର ଦାବି ରଖୁଛନ୍ତି । ଏହି ଦାବି ଯୁକ୍ତିଯୁକ୍ତ ନୁହେଁ । ଏହାଛଡ଼ା ଜଣେ କମିଶନରଙ୍କୁ ଏଭଳି କର୍ପୋରେଟର ମାନେ କକ୍ଷତ୍ୟାଗ କରିବାକୁ କହିବା ମଧ୍ୟ ଠିକ୍ ନୁହେଁ ବୋଲି କହିଛନ୍ତି ମେୟର ଓ ଅପର ଗୋଷ୍ଠୀର‌ କର୍ପୋରେଟର ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.