କୋରାପୁଟରେ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ, ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାକୁ ଦାବି - ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାକୁ ଦାବି

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 10, 2023, 11:50 AM IST

କୋରାପୁଟ: ଜୋର ଧରିଲା ଶ୍ରୀମନ୍ଦିର ଚାରି ଦ୍ୱାର ଓ ରତ୍ନ ଭଣ୍ଡାର ଖୋଲିବା ଦାବି । ସାରା ରାଜ୍ୟରେ ସଂକୀର୍ତ୍ତନ ସତ୍ୟାଗ୍ରହ କଲା କଂଗ୍ରେସ । ଶ୍ରୀମନ୍ଦିରର ବିଭିନ୍ନ ସମସ୍ୟା ନେଇ ଗୁରୁବାର କୋରାପୁଟରେ ଜଗନ୍ନାଥ ମନ୍ଦିର ପରିସରରେ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇଥିଲା । ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା, ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଗଣତି, ବେଦାନ୍ତ ଦ୍ବାରା ଅଧିଗ୍ରହଣ କରାଯାଇଥିବା ଜଗନ୍ନାଥଙ୍କ ଅମୃତ ମଣୋହୀ ଜମି ଓ ଚାଷୀଙ୍କ ଚାଷ ଜମିକୁ ତୁରନ୍ତ ଫେରାଯାଉ ବୋଲି ସଂକୀର୍ତ୍ତନ ସତ୍ୟାଗ୍ରହରେ ଦାବି କରିଛି କଂଗ୍ରେସ । ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଦୁଇ ମାସ ମହଲତ ଦେଇଛନ୍ତି । ଅବସରପ୍ରାପ୍ତ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିଙ୍କ ତତ୍ତ୍ଵାବଧାନରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ରତ୍ନଭଣ୍ଡାର ଖୋଲି ରତ୍ନ ଗଣତି ଓ ମରାମତି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ୪ ଦ୍ବାର ବନ୍ଦ ହେବା ଯୋଗୁଁ ଭକ୍ତମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଅଯଥାରେ ଘଣ୍ଟାଘଣ୍ଟା ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ୁଛି । ଏହାଦ୍ଵାରା ଲୋକେ ବେହୋସ ହୋଇ ଯାଇଛନ୍ତି । ପ୍ରଶାସନିକ ଅଧିକାରୀମାନେ ନିଜର ପତିଆରା ଜାହିର କରିବା ପାଇଁ ଏହିପରି କରୁଛନ୍ତି ବୋଲି ପୂର୍ବତନ ବିଧାୟକ ନିମାଇ ସରକାର ଅଭିଯୋଗ କରିଛନ୍ତି ।

ଏହା ମଧ୍ଯ ପଢନ୍ତୁ-ଶ୍ରୀମନ୍ଦିର ଚାରି ଦ୍ୱାର ଓ ରତ୍ନ ଭଣ୍ଡାର ଖୋଲିବା ଦାବି, ୯ରେ କଂଗ୍ରେସର ସଂକୀର୍ତନ ସତ୍ୟାଗ୍ରହ

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.