ସମୁଦ୍ର ଉପକୂଳକୁ ପ୍ଲାଷ୍ଟିକ ମୁକ୍ତ କରିବା ଲକ୍ଷ୍ୟ, ବାଲୁକା ଚିତ୍ରକଳାରେ ସଚେତନତା ବାର୍ତ୍ତା - ସମୁଦ୍ର ଉପକୂଳକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ଅପିଲ
🎬 Watch Now: Feature Video
Published : Nov 19, 2023, 9:38 AM IST
ପୁରୀ: ସମୁଦ୍ର ଉପକୂଳକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ବାଲୁକା ଚିତ୍ରକଳା ମାଧ୍ୟମରେ ସଚେତନତା ବାର୍ତ୍ତା ଦେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ତେବେ ଦିନକୁ ଦିନ ପ୍ଲାଷ୍ଟିକ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ସମୁଦ୍ର ଓ ବେଳାଭୂମିରେ ଲୋକମାନେ ପ୍ଲାଷ୍ଟିକ୍ ବୋତଲ ଓ ଅନ୍ୟାନ୍ୟ ଜରିଗୁଡ଼ିକୁ ଫୋଫାଡି ଦେଉଥିବା ବେଳେ ଏହାଦ୍ବାରା ବେଳାଭୂମିର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବା ବେଳେ ସମୁଦ୍ର ଜଳ ମଧ୍ୟ ପ୍ରଦୂଷିତ ହେଉଛି । ଯାହାକି ସାମୁଦ୍ରିକ ଜଳଜୀବଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ଏଣୁ ମାନବ ସମାଜ ପ୍ଲାଷ୍ଟିକ ପ୍ରଦୂଷଣକୁ ରୋକିବାକୁ ହେଲେ ପ୍ଲାଷ୍ଟିକ ବ୍ୟବହାର ଯଥା ସିଙ୍ଗଲ ୟୁଜ ବା ଏକକ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବାକୁ ବୈଜ୍ଞାନିକମାନେ ଆହ୍ଵାନ ଦେଲେଣି ।
ଏହି ସଚେତନତା ବାର୍ତ୍ତା ନେଇ ବାଲୁକା ଚିତ୍ରକଳା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିର ନୀଳାଦ୍ରି ବେଳାଭୂମୀରେ ଏନେଇ ବାଲୁକା ଚିତ୍ରକଳା କରିଛନ୍ତି । ଏକ ମାଛର ପ୍ରତିକୃତି ବାଲିରେ ନିର୍ମାଣ କରାଯାଇଥିବା ବେଳେ ମାଛ ପେଟରେ ପ୍ଲାଷ୍ଟିକ ବୋତଲ ଥିବା ବାଲୁକା ଚିତ୍ର ରେ ଦର୍ଶାଯାଇଛି । ସମୁଦ୍ର କୂଳରେ କୁଢ଼ କୁଢ଼ ପ୍ଲାଷ୍ଟିକ ଆବର୍ଜନା ସମୁଦ୍ର ଜଳକୁ ଚାଲିଯାଉ ଥିବାବେଳେ ଏହା ଜଳଚର ଜୀବମାନଙ୍କ ଜୀବନ ପ୍ରତି ବିପଦ ସାଜୁଛି । ଏଣୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବର୍ଜନ ସହ ସମୁଦ୍ର କୂଳକୁ ପ୍ଲାଷ୍ଟିକ ଆବର୍ଜନାରୁ ମୁକ୍ତ ରଖିବା ପାଇଁ ସମସ୍ତେ ସଂକଳ୍ପ ନେବାକୁ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଅପିଲ କରିଛନ୍ତି ।
ଇଟିଭି ଭାରତ, ପୁରୀ