ବିରାଜିବେ ଗଜାନନ, ବାଲୁକାକଳାରେ ଗଣେଶ ପୂଜା ଶୁଭେଚ୍ଛା - ଗଣେଶ ପୂଜା
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Sep 18, 2023, 9:51 PM IST
ପୁରୀ: ରାତି ପାହିଲେ ଗଣେଶ ପୂଜା । ଗହଳି ଚହଳିରେ ଫାଟି ପଡିବ ପୁର ପଲ୍ଲୀ । ସଙ୍ଖନାଦ ଓ ହୁଳହୁଳିରେ ପ୍ରକମ୍ପିତ ହେବେ ପୂଜା ମଣ୍ଡପ । ଏହା ପୂର୍ବରୁ ବାଲୁକା ଚିତ୍ରକଳା ମାଧ୍ୟମରେ ଗଣେଶ ପୂଜାର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବିଚରେ ଗଣେଶଙ୍କ ଏକ ବିଶାଳ ପ୍ରତିକୃତି ନିର୍ମାଣ କରି ସାରା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବାଲୁକା କଳାରେ ଷ୍ଟିଲର ବ୍ୟବହାର ହୋଇଛି । ବଡରୁ ଛୋଟ ଷ୍ଟିଲ ର ଗିନା, ଥାଳି ବ୍ୟବହାର କରିଛନ୍ତି ବାଲୁକା ଶିଳ୍ପୀ। ଯାହାକି ବାଲୁକା ଚିତ୍ରକୁ ବେଶ୍ ଆକର୍ଷଣୀୟ କରିଛି। ଶହେ କେଜି ଷ୍ଟିଲ ପଦାର୍ଥ ବ୍ୟବହାର ହୋଇଥିବା ବେଳେ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ସ୍କୁଲର ଛାତ୍ର ଛାତ୍ରୀ ସୁଦର୍ଶନଙ୍କ ସହ ମିଶି ଏହି ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି।
ଇଟିଭି ଭାରତ, ପୁରୀ