ଦମଦାର ବିଜୟ ପରେ ବାଲୁକାକଳାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା - ବାଲୁକା ଚିତ୍ରକଳାରେ ଭାରତୀୟ କ୍ରିକେଟ ଦଳକୁ ଶୁଭେଚ୍ଛା
🎬 Watch Now: Feature Video

ପୁରୀ: ଚଳିତ T20 ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଦମଦାର ବିଜୟ ହାସଲ କରି ବିଶ୍ବକପ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ଏହି କାରଣରୁ ସାରା ଦେଶରେ ଗତକାଲିଠାରୁ ଆରମ୍ଭ ହୋଇଛି ଦୀପାବଳି ସେଲିବ୍ରେସନ । ତେବେ ଏନେଇ ପୁରୀ ବେଳାଭୁମିରେ ବାଲୁକା ଚିତ୍ରକଳାରେ ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇବା ସହିତ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ଇଟିଭି ଭାରତ, ପୁରୀ
Last Updated : Feb 3, 2023, 8:30 PM IST