ବିଶ୍ବକପ ଫାଇନାଲ, ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

By ETV Bharat Odisha Team

Published : Nov 19, 2023, 9:26 AM IST

thumbnail

ପୁରୀ: ଆଜି ବିଶ୍ବକପରେ ଫାଇନାଲ ଫାଇଟ। ଟାଇଟେଲ ହାତେଇବାକୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଜୋରଦାର ଫାଇଟ । ସମୟ ଯେତିକି ପାଖଉଛି କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ସେତିକି ଉତ୍ସାହ ବଢୁଛି । ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବାଲୁକା ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀର ନିଳାଦ୍ରୀ ବିଚ୍‌ରେ ବିଶ୍ୱକପ୍ ଟ୍ରଫିର ଏକ ବାଲୁକା କଳା ନିର୍ମାଣ କରି ଗୁଡ ଲକ୍‌ ଟିମ୍ ଇଣ୍ଡିଆ ବାର୍ତ୍ତା ଦେଇଛନ୍ତି । ଏହାର ଉଚ୍ଚତା 6 ଫୁଟ୍ ଓ ଲମ୍ବ 10 ମିଟର ରହିଛି । ବାଲୁକା କଳାରେ ବିଶ୍ବକପ୍‌ ଟ୍ରଫି ସାଙ୍ଗକୁ ଦୁଇ ଦେଶର ପତାକାକୁ ମଧ୍ୟ ଚିତ୍ରିତ କରାଯାଇଛି । ଏଥିସହ ନରେନ୍ଦ୍ର ମୋଦି ଷ୍ଟାଡିୟମର ପ୍ରତିକୃତି ବାଲୁକା ଚିତ୍ରରେ ଦର୍ଶାଯାଇଛି । ବାଲୁକା ଚିତ୍ରକୁ ଆକର୍ଷଣୀୟ କରିବା ପାଇଁ ଷ୍ଟିଲ ବାଉଲ୍ ବ୍ୟବହାର ହୋଇଛି । ତେବେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ଜିତି ଗୌରବ ଅର୍ଜନ କରୁ ବୋଲି ସୁଦର୍ଶନ କହିଛନ୍ତି । ଆଜିର ମ୍ୟାଚ୍‌ରେ ଭାରତ ଦମଦାର ପ୍ରଦର୍ଶନ କରି ବିଶ୍ୱକପ୍ ହାତେଇବ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.