ବାଲୁକା କଳାରେ ମନ୍ କି ବାତ୍‌ର ୧୦୦ତମ ଏପିସୋଡକୁ ସ୍ଵାଗତ - ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା ଚିତ୍ରକଳା

🎬 Watch Now: Feature Video

thumbnail

By

Published : Apr 29, 2023, 7:16 AM IST

ପୁରୀ: ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍‌ ୧୦୦ତମ ଏପିସୋଡ ପୂରଣ କରିବ । ଏହି ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ଆକର୍ଷଣୀୟ ବାଲୁକା ଚିତ୍ରକଳା ପ୍ରସ୍ତୁତ କରିଛନ୍ତି । ନିଳାଦ୍ରୀ ବିଚରେ ଏହି କାର୍ଯ୍ୟକ୍ରମକୁ ନେଇ ସେ ଏକ ବିଶାଳ ବାଲୁକା କଳା ଗଢିଛନ୍ତି ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକୃତିକୁ ସ୍ଥାନ ଦେବା ସହ ୧୦୦ ରେଡିଓ ତିଆରି କରିଛନ୍ତି । ବାଲୁକା କଳାରେ ମନ୍ କି ବାତର ୧୦୦ତମ ଏପିସୋଡକୁ ସ୍ବାଗତ କରିଛନ୍ତି ସୁଦର୍ଶନ ପଟ୍ଟନାୟକ  ।

ଆସନ୍ତାକାଲି(ରବିବାର) ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍‌ ୧୦୦ତମ ଏପିସୋଡ ପ୍ରସାରିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଅଭିଭାଷଣ, ପରାମର୍ଶ, ବିଚାର ଏହି ରେଡ଼ିଓ କାର୍ଯ୍ୟକ୍ରମ ଜରିଆରେ ଦେଶର ଜନସାଧାରଣ ସହ ମତ ବିନିମୟ କରିବେ । ମୋଦିଙ୍କ ଏହି ଲୋକପ୍ରିୟ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ପ୍ରଚାର ପ୍ରସାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.