ବାଲୁକା ଚିତ୍ରକଳା ଏମ ଏସ ସ୍ବାମୀନାଥନଙ୍କୁ ଶ୍ରଦ୍ଧାଞ୍ଜଳି, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

By ETV Bharat Odisha Team

Published : Sep 29, 2023, 7:41 AM IST

thumbnail

ପୁରୀ: ପରଲୋକରେ ବିଶିଷ୍ଟ କୃଷି ବୈଜ୍ଞାନିକ ଏମ୍‌ ଏସ୍‌ ସ୍ଵାମୀନାଥନ । ବାଲୁକା ଚିତ୍ରକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବିଚ୍‌ରେ ସବୁଜ ବିପ୍ଲବର ଜନକଙ୍କ ଏକ ସୁନ୍ଦର ବାଲୁକା ଚିତ୍ର କଳା ନିର୍ମାଣ କରାଯାଇଛି । ଦେଶ ସ୍ବାଧୀନ ପରେ ସବୁଜ ବିପ୍ଳବ ଆଣିବାରେ ସ୍ବାମୀନାଥନଙ୍କ ବଡ ଭୂମିକା ଥିଲା । ତାଙ୍କରି ଦିଗ ଦର୍ଶନରେ କୃଷି କ୍ଷେତ୍ରରେ ରାସାୟନିକ ସାର ଛିଞ୍ଚନ, ଟ୍ରାକ୍ଟରରେ ଚାଷ କାର୍ଯ୍ୟ, ଉନ୍ନତ କିସମର ବିହନ ପ୍ରସ୍ତୁତ କରାଯାଇ ଚାଷ କାର୍ଯ୍ୟରେ ବ୍ୟବହାର ନେଇ ରୋଡ ମ୍ୟାପ୍‌ ତିଆରି କରାଯାଇଥିଲା । ଯାହା ଫଳରେ ଦେଶରେ 60 ଦଶକରେ ସବୁଜ ବିପ୍ଲବ ସୃଷ୍ଟି ହୋଇ ସଫଳ ହୋଇଥଲା । ଏମ ଏସ ସ୍ଵାମୀନାଥନଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.