thumbnail

Sand Animation: ସ୍ୱର ସାମ୍ରାଜ୍ଞୀ ଲତାଦିଦିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ, ବାଲୁକା ଶିଳ୍ପୀ ମାନସଙ୍କ ଶ୍ରଦ୍ଧାଞ୍ଜଳି

By

Published : Feb 6, 2023, 5:25 PM IST

Updated : Feb 14, 2023, 11:34 AM IST

ପୁରୀ: କୋକିଳ କଣ୍ଠୀ, ସ୍ବର ସାମ୍ରାଜ୍ଞୀ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ଲତା ମଙ୍ଗେଶକରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଲତା ଦିଦିଙ୍କୁ ବାଲୁକା ଆନିମେସନ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେ ଲତା ଦିଦିଙ୍କ ସ୍ମୃତି ରେ ୨ ମିନଟ ୩୦ ସେକେଣ୍ଡର ଏକ ସ୍ୟାଣ୍ଡ ଆନିମେସନ ଭିଡିଓ ପ୍ରସ୍ତୁତ କରିଛନ୍ତି । ଏହାକୁ ପ୍ରସ୍ତୁତ କରିବାକୁ ମାନସ ସାହୁଙ୍କୁ ୩ ଘଣ୍ଟା ସମୟ ଲାଗିଥିବା ବେଳେ ଏଥିରେ ସେ "WE MISS YOU LATAJI" ଲେଖି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।  

ବାଲୁକା ସ୍ୟାଣ୍ଡ ଆନିମେସନରେ ସେ ଲତା ଦିଦିଙ୍କ ପ୍ରତିକୃତିକୁ ଅଙ୍କନ କରିଛନ୍ତି । ଯାହାକି ବେଶ ଆକର୍ଷଣୀୟ ହୋଇଛି । ଏନେଇ ବାଲୁକା ଶିଳ୍ପୀ ମାନସ କହିଛନ୍ତି, "ଲତାଜିଙ୍କ ପ୍ରଣମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆମେ ଏହି ସ୍ୟାଣ୍ଡ ଆନିମେସନ ପ୍ରସ୍ତୁତ କରିଛୁ । ତାଙ୍କ ବିୟୋଗ ଘଟିବା ପରେ ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି ।  ତାଙ୍କ ସ୍ଥାନ କେହି ବି ନେଇପାରିବେ ନାହିଁ । ଯେତେବେଳେ ଆମେ ତାଙ୍କ ଗୀତ ଶୁଣୁ ତାଙ୍କ କଥା ମନେ ପଡେ । ସେ ତାଙ୍କ ସୁମଧୁର ସଙ୍ଗୀତ ଜରିଆରେ ସବୁବେଳେ ସ୍ମରଣୀୟ ହୋଇ ରହିବେ । ଏଥିଲାଗି ଆଜି ଆମେ ଏହି ସ୍ୟାଣ୍ଡ ଆନିମେସନଟି କରିଛୁ ।"  

ଏହା ବି ପଢନ୍ତୁ- Lata Mangeshkar Death Anniversary: ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶିଳ୍ପୀ ସୁଦର୍ଶନ

ସାରା ଦେଶ ଲତା ମଙ୍ଗେଶକରଙ୍କ ସଙ୍ଗୀତର ଦିୱାନା ଥିଲା । ଏଥିଲାଗି ତାଙ୍କୁ କେତେବେଳେ ସ୍ବର ସାମ୍ରାଜ୍ଞୀ ତ ଆଉ କେତେବେଳେ କୋକିଳ କଣ୍ଠୀ ବୋଲି ପ୍ରଶଂସକମାନେ ସମ୍ବୋଧନ କରୁଥିଲେ । ତାଙ୍କ ଦେଶତ୍ମାବୋଧକ ସଙ୍ଗୀତ ପ୍ରତିଟି ଭାରତୀୟଙ୍କ ମଧ୍ୟରେ ଦେଶପ୍ରେମ ଭରି ଦେଉଥିଲା । ଲତା ଦିଦି କାଶ୍ମୀରଠାରୁ ମଧ୍ୟ ମହଙ୍ଗା ଥିଲେ । ଏକଦା ପାକିସ୍ତାନ କହିଥିଲା, 'କାଶ୍ମୀର ନିଅ ଲତା ଦିଦିଙ୍କୁ ଦିଅ' । ସେ ଗତବର୍ଷ ଆଜିର ଦିନରେ ୯୨ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ପ୍ରିୟ ଲତା ଦିଦିଙ୍କୁ ହରାଇ ସାରା ଦେଶ ମ୍ରିୟମାଣ ହୋଇପଡ଼ିଥିଲା ।

ତାଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଥିଲେ । ତାଙ୍କ ବିୟୋଗରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ଲତା ଦିଦି କୋଟିଏରେ ଗୋଟିଏ ଥିଲା ବେଳେ ମ୍ୟୁଜିକ ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଥିଲା । ଦଶନ୍ଧି ଦଶନ୍ଧି ଧରି ସେ ନିଜ କଣ୍ଠର ଯାଦୁରେ ଅନେକଙ୍କୁ ମତୁଆଲା କରୁଥିଲେ । ତାଙ୍କ କଣ୍ଠରେ ଯାଦୁରେ ସମସ୍ତେ ନିଜକୁ ହଜାଇ ଦେଉଥିଲେ । ଆଜି ଲତା ଦିଦିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ପୁରୀ ସମୁଦ୍ର ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ଏହାସହ ବାଲୁକା ଶିଳ୍ପୀ ମାନସ ଏହି ସ୍ୟାଣ୍ଡ ଆନିମେସନ ଭିଡିଓ ପ୍ରସ୍ତୁତ କରିଛନ୍ତି ।  

ଇଟିଭି ଭାରତ, ପୁରୀ

Last Updated : Feb 14, 2023, 11:34 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.